Latest Odisha News

BREAKING NEWS

ମେରୀ କମଙ୍କ ଅବସର ବିବାଦ: କେତେବେଳେ ହଁ ତ କେବେ ନାଁ

ନୂଆଦିଲ୍ଲୀ: ବୁଧବାର ଭାରତର ମହାନ ମହିଳା ବକ୍ସର ହଠାତ ବକ୍ସିଂରୁ ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲେ । ତେବେ ପୁନର୍ବାର ତାଙ୍କର ଆଉ ଏକ ବୟାନ କ୍ରୀଡାପ୍ରେମୀଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ଏବେ ସେ କହିଛନ୍ତି ମୁଁ ଅବସର ଘୋଷଣା କରି ନାହିଁ । ଯେବେ ମୁଁ ଅବସର ଘୋଷଣା କରିବି ସେତେବେଳେ ଗଣମାଧ୍ୟମ ସମ୍ମୁଖରେ ଭଲ ଭାବେ ଏ ସମ୍ପର୍କରେ ସୂଚନା ଦେବି । ବୁଧବାର ସେ ଏକ ସାକ୍ଷାତକାରରେ କହିଥିଲେ କିଭଳି ବୟସ ନେଇ ତାଙ୍କୁ ଅନେକ ବଡ ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରିବା ଉପରେ ରୋକ ଲଗାଯାଉଛି । ମୋ କ୍ୟାରିୟର ପ୍ରାୟତଃ ଶେଷ ହୋଇଛି । ମୁଁ ଅବସର ନେବା କଥା ଚିନ୍ତା କରୁଥିଲେ ମଧ୍ୟ ନେଇ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ସେ ପ୍ରଥମ ବକ୍ସର ଭାବେ ବିଶ୍ୱକପରେ ୬ ଥର ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୨୦୧୪ରେ ସେ ଭାରତର ପ୍ରଥମ ମହିଳା ବକ୍ସର ଭାବେ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୧୨ରେ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ । ତୃତୀୟ ସନ୍ତାନ ଜନ୍ମ ହେବା ପରେ ସେ କିଛି ଦିନ ପାଇଁ ବ୍ରେକ ନେଇଥିଲେ । ୨୦୧୮ ପରଠାରୁ ସେ ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି ।

Comments are closed.