Latest Odisha News

BREAKING NEWS

ଆଜି ଭାରତ ଆସିବେ ଫ୍ରାନ୍ସ ରାଷ୍ଟ୍ରପତି, ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଦେବେ ଯୋଗ

ନୂଆଦିଲ୍ଲୀ: ଆଜିଠୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ଭାରତର ୭୫ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟଅତିଥି ହେବେ ଇମାନୁଏଲ ମାକ୍ରନ । ଆଜି ରାଜସ୍ଥାନରେ ପହଞ୍ଚିବେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସ୍ବାଗତ ପାଇଁ ଜୟପୁର ଓ ନୂଆଦିଲ୍ଲୀରେ ଭବ୍ୟ ଯୋଜନା କରିଛନ୍ତି ।

ଜୟପୁରରେ ଥିବା ଐତିହାସିକ ଆମେର ଦୁର୍ଗ ପରିଦର୍ଶନ କରିବେ ମାକ୍ରନ । ସେଠାରେ ତାଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି । ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଓ ଇମାନୁଏଲ ମାକ୍ରନ୍ ରୋଡ ଶୋ କରିବେ । ପ୍ରଧାନମନ୍ତ୍ରୀ ମୋଦି ଇମାନୁଏଲ୍ ମାକ୍ରୋନଙ୍କ ସହ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଜନ୍ତର ମନ୍ତର ପରିଦର୍ଶନ କରିବେ । ଏହା ପରେ ଉଭୟ ନେତା ଜନ୍ତର ମନ୍ତରରୁ ସାଙ୍ଗାନେରୀ ଫାଟକ ପର୍ଯ୍ୟନ୍ତ ମିଳିତ ରୋଡ୍ ଶୋ କରିବେ ଏବଂ ହବା ମହଲ ପରିଦର୍ଶନ କରିବେ । ଏଠାରେ ବିଶ୍ବର ସବୁଠୁ ବଡ ସୂର୍ଯ୍ୟଘଡ଼ି ରହିଛି । ଏହାପରେ ଦୁଇ ନେତା ମିଶି ଜନ୍ତର ମନ୍ତର ସମେତ ପିଙ୍କ ସିଟି ର କିଛି ବିଶ୍ବ ଐତିହ୍ୟସ୍ଥଳୀ ପରିଦର୍ଶନ କରିବେ ।

ଏହି ଗସ୍ତ ସମୟରେ ଉଭୟ ନେତା ହସ୍ତତନ୍ତ ଦୋକାନ ଏବଂ ଚା’ ଷ୍ଟଲକୁ ଯିବେ । ସେଠାରେ ଉଭୟ ନେତା ଚା’ ପିଇ କିଛି ସମୟ ବାର୍ତ୍ତାଳପ କରିବାର ସୂଚନା ରହିଛି । ତେବେ ମାକ୍ରନଙ୍କ ଜୟପୁର ଯାତ୍ରା ରାମବାଗ ପ୍ୟାଲେସରେ ଶେଷ ହେବ । ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ମାକ୍ରନଙ୍କ ପାଇଁ ଏକ ବ୍ୟକ୍ତିଗତ ନୈଶ ଭୋଜିର ଆୟୋଜନ କରିବେ ।

ସୂଚନା ମୁତାବକ, ଭାରତର ୭୫ ତମ ସାଧାରଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ଭାବେ ପ୍ରଥମେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ହେଲେ ବାଇଡେନ ଏଥିରେ ଅସମର୍ଥତା ପ୍ରକାଶ କରିବାରୁ ଶେଷ ମୁହୂର୍ତ୍ତରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ନିମନ୍ତ୍ରିତ କରାଯାଇଥିଲା । ତେଣୁ ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ହେବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ।

Leave A Reply

Your email address will not be published.