ମେଲବୋର୍ଣ୍ଣ: ଆନ୍ତର୍ଜାତୀୟ କ୍ରିକେଟର କେତେକ ପୁରୁଣା ନିୟମ ଖୁବ ଶୀଘ୍ର ସଂଶୋଧନ ହେବ ବୋଲି ମେରିଲବୋନ କ୍ରିକେଟ କ୍ଲବ ପକ୍ଷରୁ ଘୋଷଣା କରାଯାଇଛି । ଯେତେଦୂର ସମ୍ଭବ ଅଷ୍ଟ୍ରେଲିଆ ଟି୨୦ ବିଶ୍ୱକପ ପୂର୍ବରୁ ଏହି ନିୟମରେ ପରିବର୍ତନ ହେବ । ଏହି ନିୟମଗୁଡିକ ହେଲା-
୧. ବୋଲରମାନେ ବଲକୁ ଚମକାଇବା ପାଇଁ ଲାଳର ବ୍ୟବହାର କରିପାରିବେ ନାହିଁ ।
୨. ଜଣେ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ନୂତନ ଖେଳାଳି ଷ୍ଟ୍ରାଇକ କରିବ । ନନ ଷ୍ଟ୍ରାଇକର ଏଣ୍ଡର ବ୍ୟାଟ୍ସମ୍ୟାନ କ୍ରସ କରିଥିଲେ ମଧ୍ୟ ସେ ବ୍ୟାଟିଂ କରିପାରିବେ ନାହିଁ ।
୩. ମାଂକଡିଂଗ ଆଉଟକୁ ନିୟମ ୩୮ ଅନୁସାରେ ରନ ଆଉଟ ଭାବେ ବିବେଚନା କରାଯିବ ।
୪. ମ୍ୟାଚ ସମୟରେ ପଡିଆ ମଧ୍ୟରେ ବ୍ୟକ୍ତି, ପଶୁ କିମ୍ବା ପକ୍ଷୀ ଆଘାତପ୍ରାପ୍ତ ହେଲେ ଏହା ଡେଡବଲ ଘୋଷିତ ହେବ । ସେହିପରି ହଠାତ ପ୍ରଶଂସକ କିମ୍ବା କୁକୁର ପଡିଆ ମଧ୍ୟକୁ ପଳି ଆସିଲେ ଫିଲ୍ଡ ଅମ୍ପାୟର ମ୍ୟାଚ ରେଫରୀଙ୍କ ସହ ଆଲୋଚନା କରି ଡେଡ ବଲ ସଙ୍କେତ ଦେଇପାରିବେ ।
୫. ଫିଲ୍ଡିଂ ଟିମର କୌଣସି ଖେଳାଳି ଯଦି ପଡିଆ ମଧ୍ୟରେ ଅନାବଶ୍ୟକ ମୁଭମେଂଟ କରେ ତାହାହେଲେ ବ୍ୟାଟିଂ ସାଇଡକୁ ୫ରନ ମିଳିବ ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.