Latest Odisha News

BREAKING NEWS

ଆଜିଠୁ ଖୋଲୁଛି ଘଟଗାଁ ମା’ ତାରିଣୀ ପୀଠ

ଘଟଗାଁ : କୋଭିଡ଼ କଟକଣା ଯୋଗୁଁ ଦୀର୍ଘ ଦିନ ହେବ ବନ୍ଦ ରହିଥିବା ଘଟଗାଁ ମା ତାରିଣୀ ମନ୍ଦିର ଆଜି ଖୋଲୁଛି। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଗାଇଡ୍ ଲାଇନ ଜାରି କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ସକାଳ ୮ଟାରୁ ମଧ୍ୟାହ୍ନ ୧୨ ଟା ୩୦ ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା ହୋଇଥିବା ବେଳେ ପୁଣି ଅପରାହ୍ନ ୪ ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ବ୍ୟାରିକେଡରେ ଧାଡି ହୋଇ ମନ୍ଦିର ଭିତରକୁ ପ୍ରବେଶ କରିବେ ଭକ୍ତ । ଏହି ସମୟରେ ସାନିଟାଇଜର ହୋଇ ଦୂରତା ରକ୍ଷା ସହ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ କରାଯାଇଛି।

ଗାଇଡ଼ଲାଇନ ଅନୁଯାୟୀ ମନ୍ଦିର ବେଢାରେ ୨୫ରୁ ୩୦ ଜଣ ଭକ୍ତ ଦର୍ଶନ କରିପାରିବେ। ମନ୍ଦିର ଭିତରେ କୌଣସି ଭୋଗ ଅର୍ଥାତ୍ ନଡିଆ, ପୁଷ୍ପ, ଦୀପ, ଧୂପ ଇତ୍ୟାଦି ଲାଗି କରାଯିବ ନାହିଁ । ଏଥି ସହିତ କୌଣସି ଭକ୍ତ ପାଦୁକା ସେବନ କରିବେ ନାହିଁ କିମ୍ବା ସିନ୍ଦୁର, ଚନ୍ଦନ ଲଗାଇବେ ନାହିଁ ।

Leave A Reply

Your email address will not be published.