Latest Odisha News

BREAKING NEWS

ପିକ୍‌ନିକ୍‌ ବସ୍ ଦୁର୍ଘଟଣାଗ୍ରସ୍ତ; ଜଣେ ମୃତ, ୧୨ ଆହତ

ମୋହନା: ଗଜପତି-ରାୟଗଡା ସୀମାନ୍ତ କେନ୍ଦୁଗୁଡା ଘାଟିରେ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏକ ପିକନିକ ବସ୍ । ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୨ ଜଣ ପର୍ଯ୍ୟଟକ ଆହତ ହୋଇଥିବା ସୂଚନା ମିଳିଛି । ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁସାରେ, ଗଜପତି-ରାୟଗଡ଼ା ସୀମାନ୍ତ କେନ୍ଦୁଗୁଡ଼ା ଘାଟିରେ ଭାରସାମ୍ୟ ହରାଇ ଏକ ପିକନିକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହାଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ବ୍ୟକ୍ତିଙ୍କ ନାମ ସୁନିଲ୍‌ ସାହୁ , ଏବଂ ତାଙ୍କ ଘର ଭୁବନେଶ୍ୱରରେ ବୋଲି ଜଣାପଡିଛି ।

Leave A Reply

Your email address will not be published.