ପୁରୀ: ମଙ୍ଗଳବାର ଦିନ ପୁରୀର ଜଣେ ଟ୍ରାଫିକ୍ କନେଷ୍ଟବଳଙ୍କୁ ଡ୍ୟୁଟିରେ ଥିବା ସମୟରେ ମାସ୍କ ନ ପିନ୍ଧିଥିବାରୁ ୨୦୦୦ ଟଙ୍କା ଜୋରିମାନା ଦେବାକୁ ପଡିଛି।
ଏ ନେଇ ପୁରୀ ଏସପି ସମର୍ଥ ବର୍ମା ଟୁଇଟ୍ କରି କହିଛନ୍ତି ଯେ, “ମାସ୍କ ନ ପିନ୍ଧିଥିବାରୁ ଆମେ ନିଜ ଟ୍ରାଫିକ କନେଷ୍ଟବଳଙ୍କୁ ୨୦୦୦ ଟଙ୍କା ଜରିମାନା କରିଛୁ। ଏବଂ ସେ ଜଣେ ଦାୟିତ୍ବବାନ ନାଗରିକ ଭାବରେ ଜରିମାନା ଭରିଛନ୍ତି।”
କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ୧୪ ଦିନିଆ ମାସ୍କ ଅଭିଯାନ ପାଳନ କରାଯାଉଥିବା ବେଳେ ଟ୍ରାଫିକ୍ କନେଷ୍ଟବଳଙ୍କ ଏଭଳି ପଦକ୍ଷେପ କୋଭିଡ୍ ନିୟମ ଉଲ୍ଲଘଂନ କରୁଛି।
Comments are closed.