Latest Odisha News

ସେବାୟତଙ୍କୁ ସାନିଟାଇଜର ଓ ମାସ୍କ

ପୁରୀ  : କୋଭିଡ ସଂକ୍ରମଣରୁ ସେବାୟତ ମାନେ ସୁରକ୍ଷିତ ରହି ପାରିବେ । ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ଉଦ୍ୟମ ଜାରି ରଖିଛି । ଆଗକୁ ରଥଯାତ୍ରା ଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ମାଗଣାରେ ସାନିଟାଇଜର ଓ N95 ମାସ୍କ ଯୋଗାଇ ଦେଇଚି । ପ୍ରଥମେ ଦଇତା ପତି ସେବାୟତଙ୍କୁ ମାସ୍କ ସାନିଟାଇଜର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗା ଯାଇଛି । ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ଅନ୍ୟ ନିଯୋଗ ସେବାୟତଙ୍କୁ ସାନିଟାଇଜର ଓ ମାସ୍କ ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଛି ।

ଏପରିକି ପ୍ରତେକ ସେଵାୟତଙ୍କ ପରିବାରକୁ ସାନିଟାଇଜର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଉଛି । ପାରାଦୀପ ଫସପେଟ ଲିମିଟେଡ଼ ପକ୍ଷରୁ ଏହି ସାନିଟାଇଜର ଓ ମାସ୍କ ଶ୍ରୀମନ୍ଦିର ପ୍ରଶାସନ କୁ ଯୋଗାଇ ଦିଆଯାଇଛି । ଆଗାମୀ ଦିନରେ ମଧ୍ୟ କମ୍ପାନୀ ପକ୍ଷରୁ ଆବଶ୍ୟକ ହେଲେ ଅଧିକ ସାନିଟାଇଜର ଓ ମାସ୍କ ଯୋଗାଇ ଦିଆଯିବ ବୋଲି ପିପିଏଲ ଅଧିକାରୀ କହିଛନ୍ତି।

Comments are closed.