Latest Odisha News

BREAKING NEWS

କୋଭିଡ୍‌-୧୯ର ସଚେତନତା ସହ ମାସ୍କ ତିଆରି କଲେ ଲାଞ୍ଜିଗଡ଼ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା

ଲାଞ୍ଜିଗଡ଼: ଏବେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଦେଶ ତଥା ରାଜ୍ୟରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଆଲୁମିନା ରିଫାଇନାରୀ ଦ୍ୱାରା ସ୍ଥାନୀୟ ଅଞ୍ଚଳ ତଥା ନିଜର କର୍ମଚାରୀଙ୍କ ସ୍ୱାସ୍ଥ୍ୟରକ୍ଷା ଏବଂ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି । ଏହି ଅବସରରେ କମ୍ପାନୀ ପ୍ରୋତ୍ସାହିତ ସଖି ପ୍ରକଳ୍ପ ଅନ୍ତର୍ଗତ ଶକ୍ତିମୟୀ ଫାଉଣ୍ଡେସନର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ମାସ୍କ ତିଆରି କାର୍ଯ୍ୟ ଆରମ୍ଭ କରାଯାଇଛି । ସପ୍ତାହକୁ ୨୦,୦୦୦ ମାସ୍କ ତିଆରି ଲକ୍ଷ୍ୟ ରଖି ସ୍ୱୟଂ ସହାୟକ ଗୋଷ୍ଠୀର ୨୯ଜଣ ମହିଳା ମାସ୍କ ତିଆରି କରୁଛନ୍ତି ।

ଲାଞ୍ଜିଗଡ଼ ପାଖ ୮ଟି ଗ୍ରାମରେ ଏପର୍ଯ୍ୟନ୍ତ ୪୫୦୦ଟି ମାସ୍କ ଏବଂ ୩୬୦୦ଟି ସାବୁନ ବଣ୍ଟା ସରିଲାଣି । ଆଜି ବେଦାନ୍ତ ପକ୍ଷରୁ ମୁଖ୍ୟ ବାହ୍ୟ ସମ୍ପର୍କ ଅଧିକାରୀ ନବଲ କିଶୋର ଶର୍ମା ଏବଂ ସାମାଜିକ ଦାୟିତ୍ୱବୋଧ ବିଭାଗୀୟ ମୁଖ୍ୟ ଡଃ ନୀଳାଦ୍ରୀ ଭୂଷଣ ପାଢୀ, ଲାଞ୍ଜିଗଡ଼ ବ୍ଲକ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ୧୦୦୦ଟି ମାସ୍କ ଏବଂ ୧୦୦୦ଟି ସାବୁନ ହସ୍ତାନ୍ତର କରିଛନ୍ତି ।

ଏହା ସହିତ ବେଦାନ୍ତ ହସ୍ପିଟାଲ ଏବଂ କମ୍ପାନୀ ଅଧିକାରୀମାନେ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଗସ୍ତକରି ମାସ୍କ ତଥା ସାବୁନ ବାଣ୍ଟିବା ସହିତ ସେମାନଙ୍କ ଉପଯୋଗିତା ବିଷୟରେ ଲୋକଙ୍କୁ ବୁଝାଉଛନ୍ତି ।

ସୂଚନାଯୋଗ୍ୟ ଯେ, ପ୍ରକଳ୍ପ କାର୍ଯ୍ୟସ୍ଥଳୀରେ କୋଭିଡ଼-୧୯ ସଂକ୍ରମଣ ପ୍ରତିରୋଧ ସଂକ୍ରାନ୍ତୀୟ ସୁରକ୍ଷା ପ୍ରଣାଳୀକୁ ଆହୁରି ସୁଦୃଢ କରିବା ନେଇ ନୀତିନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ଜୋର ଦେଉଛି କମ୍ପାନୀ ।

Leave A Reply

Your email address will not be published.