Latest Odisha News

BREAKING NEWS

ଟୋକିଓ ଅଲମ୍ପିକ ଖେଳ ପାଇଁ ନୂଆ ତାରିଖ ଘୋଷଣା

ଟୋକିଓ: କରୋନାଭାଇରସ ମହାମାରୀକୁ ନଜରରେ ରଖି ଟୋକିଓ ୨୦୨୦ ଅଲମ୍ପିକ ଖେଳକୁ ୨୩ ଜୁଲାଇ, ୨୦୨୧ରୁ ୮ ଅଗଷ୍ଟ, ୨୦୨୧ ପର୍ଯ୍ୟନ୍ତ ଆୟୋଜନ କରାଯିବାର ଘୋଷଣା କରାଯାଇଛି । ସେହିଭଳି ପାରାଲମ୍ପିକ ୨୪ ଅଗଷ୍ଟରୁ ୫ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଆୟାଜନ କରାଯିବ ।

ଟୋକିଓ ଆୟାଜନ ସମିତିର ଅଧ୍ୟକ୍ଷ ୟୋଶିରୋ ମୋରୀ କହିଛନ୍ତି, “ଖେଳର ପ୍ରସ୍ତୁତି କରିବା ପାଇଁ ଖେଳର କାର୍ଯ୍ୟସୂଚୀ ମହତ୍ୱପୂର୍ଣ୍ଣ । ଏହା ଆମ ପ୍ରଗତିକୁ ତ୍ୱରାନ୍ୱିତ କରିବ ।”

ଗତ ସପ୍ତାହରେ ଜାପାନର ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଓ ଅନ୍ତର୍ଜାତୀୟ ଅଲମ୍ପିକ ସମିତି ଅଲମ୍ପିକର ପୁନଃ ନିର୍ଦ୍ଧାରଣ ନେଇ ସହମତି ବ୍ୟକ୍ତ କରିଥିଲେ । ଯାହାକି ଚଳିତ ବର୍ଷ ୨୪ ଜୁଲାଇ ଓ ୯ ଅଗଷ୍ଟରେ ଆୟାଜିତ ହେବାର ଥିଲା । କରୋନାଭାଇରସ ପାଇଁ ସାରା ବିଶ୍ୱ ଲକଡାଉନରେ ଅଛି ।

Leave A Reply

Your email address will not be published.