Latest Odisha News

BREAKING NEWS

ସାବଧାନତା ର ସହ ମାସ୍କଡ ଆଧାର କାର୍ଡ ବ୍ୟବହାର କରିବାକୁ ପରାମର୍ଶ

ଭୁବନେଶ୍ୱର: ମାସ୍କଡ ଆଧାର କାର୍ଡ ବ୍ୟବହାର ପାଇଁ ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତିକୁ ରଦ୍ଧ କରିଛି ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି । ଗତ ୨୭ ତାରିଖରେ ୟୁଆଇଡି ର ବେଙ୍ଗାଲୁରୁ ଶାଖା ମାସ୍କଡ ଆଧାର ବ୍ୟବହାର ପାଇଁ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଥିଲା ।

ଏହି ବିଜ୍ଞପ୍ତିରେ ଆଧାର କାର୍ଡର ଦୁର୍ବ୍ୟବହାର ଆଶଙ୍କା ବିଷୟରେ ସୂଚନା ଦିଆଯାଇଥିଲା । ଏଥିରେ ଉଲ୍ଲେଖ ଥିଲା ଯେ, ମୁକ୍ତ ବା ସାଧାରଣ (ସଂଖ୍ୟା ଦୃଶ୍ୟମାନ) ଆଧାର କାର୍ଡ ର ଫଟୋ କାହାକୁ ଦେବା କଥା ନୁହେଁ । କିମ୍ବା କୌଣସି ସଂସ୍ଥାକୁ ଏହା ଦେବାକୁ ଉଚିତ୍ ନୁହେଁ । ଏହା ଦୁର୍ବ୍ୟବହାର ହେବାର ଆଶଙ୍କା ଥାଏ ।

କିନ୍ତୁ ରବିବାର ୟୁଆଇଡି କେନ୍ଦ୍ରୀୟ ଅଥରିଟି ଏହି ବିଜ୍ଞପ୍ତି କୁ ରଦ୍ଧ କରିଦେଇଛନ୍ତି । ଭୁଲ୍ ବୁଝାମଣା ହେବାର ଆଶଙ୍କା କରି ଏହି ବିଜ୍ଞପ୍ତି କୁ ରଦ୍ଧ କରାଯାଇଛି ବୋଲି ୟୁଆଇଡି ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ବିଜ୍ଞପ୍ତି ରଦ୍ଧ କରାଯାଇଥିଲେ ସୁଦ୍ଧା ମାସ୍କଡ ଆଧାର କାର୍ଡ ସୁବିଧା ୟୁଆଇଡି ପୋର୍ଟାଲ ରେ ଉପଲବ୍ଧ ଅଛି । ନାଗରିକ ମାନେ ଏହାକୁ ଡାଉନଲୋଡ କରିପାରିବେ । ମାସ୍କଡ ଆଧାର କାର୍ଡ ଆବଶ୍ୟକତା ଅନୁଯାୟୀ ବ୍ୟବହାର କରିପାରିବେ ବୋଲି ନୂଆ ବିଜ୍ଞପ୍ତିରେ କୁହାଯାଇଛି । ଯାହା ନିଜ ବିବେକ ଉପରେ ନିର୍ଭର କରୁଛି ।

Comments are closed.