Latest Odisha News

କରୋନା ସ୍ଥିତି ଅନୁଧ୍ୟାନ କରୁଥିବା ପ୍ରଶାସନିକ ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ

ଯାଜପୁର: କରୋନା ସ୍ଥିତିର ଅନୁଧ୍ୟାନ କରିବାକୁ ଯାଇଥିବା ପ୍ରଶାସନିକ ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ । ଯାଜପୁର କୁଆଖିଆ ଥାନା ଗୋପିନାଥପୁରରେ ଏଭଳି ଘଟଣା ଘଟିଛି । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖିଛି ।ସୂଚନା ମୁତାବକ, ଆଜି ଯାଜପୁର ଜିଲ୍ଲାପାଳ ରଂଜନ ଦାସଙ୍କ ନେତୃତ୍ୱରେ ରସୁଲପୁର ଅଂଚଳରେ ଲକଡାଉନ୍‌ର ସ୍ଥିତି ଅନୁଧ୍ୟାନ କରିବାକୁ ଏକ ଟିମ୍ ଯାଇଥିଲେ । ଏହି ସମୟରେ କେତେକ ଯୁବକ ମାସ୍କ ନ ପିନ୍ଧି ବାଇକରେ ବୁଲିଥିଲେ । ଏହାଦେଖି ରସୁଲପୁର ବିଡିଓ ଓ ତହସିଲଦାର ସେମାନଙ୍କୁ ଅଟାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନେ ଅଟକି ନଥିଲେ । ଏହାପରେ ସେମାନଙ୍କ ପିଛା କରିବାକୁ ଯାଇ ପ୍ରଶାସନିକ ଅଧିକାରୀ ଗୋପୀନାଥ ପୁର ଗାଁରେ ପହଂଚିଥିଲେ । ସେଠାରେ ପହଂଚିବା ପରେ ଗାଁ ଲୋକେ ମିଶି ପ୍ରଶାସନିକ ଅଧିକାରୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଖବର ପାଇ ଯାଜପୁର ଜିଲ୍ଲାପାଳ ସେଠାରେ ପଂଚିବା ପରେ ତାଙ୍କୁ ମଧ୍ୟ କେତେକ ବ୍ୟକ୍ତି ଦୁର୍ବ୍ୟବହାର କରିଥିଲେ । ପରେ ପୋଲିସ ପହଂଚି ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅଟକ ୩ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ନିଜାମୁଦ୍ଦିନ ଫେରନ୍ତା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ସେପଟେ ଆବଶ୍ୟକ ପଡିଲେ ଯାଜପୁର ଗୋପିନାଥପୁର ଗାଁରେ ୧୪୪ ଧାରା ଲାଗୁ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Comments are closed.