Latest Odisha News

BREAKING NEWS

ମେ’ ୯ରେ ସାରା ଦେଶରେ ସାମୁହିକ ହନୁମାନ ଚାଳିଶା ପାଠ

ନୂଆଦିଲ୍ଲୀ:  ସାରା ଦେଶରେ ହେବ ସାମୁହିକ ହନୁମାନ ଚାଳିଶା ପାଠ । ମେ’ ୯ ତାରିଖରେ ସାରା ଦେଶରେ ଏକ ସମୟରେ ଗୁଞ୍ଜରିତ ହେବ ହନୁମାନ ଚାଳିଶା । ଏହି ହନୁମାନ ଚାଳିଶା ପାଠ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆୟୋଜନ କରାଯାଉଛି । କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ବ୍ୟାନ କରିବା ପାଇଁ କଂଗ୍ରେସର ଘୋଷଣାକୁ ତୀବ୍ର ବିରୋଧ କରିଛି ବିଜେପି । ଏହାର ପ୍ରତିବାଦରେ ଦେଶବ୍ୟାପି ହନୁମାନ ଚାଳିଶା ପାଠ ପାଇଁ ଆହ୍ୱାନ ଦେଇଛି ଦଳ ।

BjdElectrycity

ବିଶ୍ୱ ହିନ୍ଦୁ ପରିଷଦର ମହାମନ୍ତ୍ରୀ ମିଳିନ୍ଦ ପରାଣ୍ଡେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ ପରି ଅନେକ ରାଜ୍ୟରେ କଂଗ୍ରେସ ଦଳର ଅନେକ ନେତା ବଜରଙ୍ଗ ଦଳକୁ ବନ୍ଦ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ବଜରଙ୍ଗ ଦଳ ପରି ଦେଶଭକ୍ତ ସଂଗଠନର ତୁଳନା ପିଏଫଆଇ ପରି ଦେଶଦ୍ରୋହ ସଂଗଠନ ସହ ତୁଳନା ଅତ୍ୟନ୍ତ ଅପମାନଜନକ । ହିନ୍ଦୁ ସମାଜ ନିଶ୍ଚିତ ଭାବେ ଏହି ନେତାଙ୍କୁ ଏହାର ଜବାବ ଦେବ ।

ସେ କହିଛନ୍ତି ଦେଶରେ ବଜରଙ୍ଗ ଦଳ ଅନେକ ପ୍ରକାର ସେବା କାମରେ ନିଜକୁ ନିୟୋଜିତ କରିଛି । ଏହି ଦଳ ଦେଶର ତଥା ହିନ୍ଦୁମାନଙ୍କର ସୁରକ୍ଷା ପାଇଁ କାମ କରୁଛି । ଗୋସୁରକ୍ଷା, କନ୍ୟ ସୁରକ୍ଷା, ଧର୍ମାନ୍ତରୀକରଣକୁ ବନ୍ଦ କରିବା ଆଦି ଅନେକ କ୍ଷେତ୍ରରେ କାମ କରୁଛି । ଏପରି ଏକ ଦଳ ପ୍ରତି ଆପତ୍ତିଜନକ ମନ୍ତ୍ରବ୍ୟ ଦେଇଛି କଂଗ୍ରେସ ।

ଏହାର ବିରୋଧ କରି ସାରା ଦେଶରେ ମେ’ ୯ ତାରିଖରେ ସାମୁହିକ ହନୁମାନ ଚାଳିଶା ପଢିବା ପାଇଁ ଆହ୍ୱାନ ଦିଆଯାଇଥିବା ବିଶ୍ୱ ହିନ୍ଦୁ ପରିଷଦର ମହାମନ୍ତ୍ରୀ ମିଳିନ୍ଦ ପରାଣ୍ଡେ କହିଛନ୍ତି। ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସମସ୍ତ ହିନ୍ଦୁ ସମାଜ ଏହି ସାମୂହିକ ହନୁମାନ ଚାଳିଶା ପାଠରେ ସହଭାଗୀ ହେବାକୁ ସେ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.