Latest Odisha News

BREAKING NEWS

ଅଭୁଲା ଗୀତ : ବୋଉଲୋ କି କହିବି ନୂଆ ଭାଉଜଙ୍କ କଥା

ସଙ୍ଗୀତ : ବାଳକୃଷ୍ଣ ଦାଶ
ଗୀତ : ଗୌରାଙ୍ଗ ସାମନ୍ତରାୟ
ଗାୟନ : ତୃପ୍ତି ଦାସ
ଚଳଚ୍ଚିତ୍ର : ଅଦିନ ମେଘ (୧୯୭୦)

ବୋଉଲୋ କି କହିବି
ନୂଆ ଭାଉଜଙ୍କ କଥା

ବୋଉଲୋ କି କହିବି
ନୂଆ ଭାଉଜଙ୍କ କଥା
ତୋ ଆଗେ କହିଦେବି
କହିଲି ବୋଲି ଆଜି
କହିଲେ ଯା’ ଯା’ରେ ଯା’ରେ
ଦିଅର ଟୋକା

ସକାଳୁ ଉଠି ଦାନ୍ତ ନ ଘଷି
ଚା ପିଅନ୍ତି ପଲଙ୍କେ ବସି
ମୁଁ ଟିକେ ମାଗିବାରୁ
ହୋଇଲେ ଗାରୁଗାରୁ
କହିଲେ ଯା’ ଯା’ରେ ଯା’ରେ
ଦିଅର ଟୋକା

ଗାଧୋଇଗଲୁ ତୁ ଯେତେବେଳେ ଚପଲ ପିନ୍ଧି ଭାତ ରାନ୍ଧିଲେ
କହିଲେ ବୋଉ ଆଗେ
କହିବନିଟି କେବେ
କହିଲେ କାନ ମୋଡ଼ି ଛିଣ୍ଡାଇ
ଦେବିଟି ଏକା

ଘର ଭିତରକୁ କାହିଁକି ଗଲେ ତେଲ ବୋତଲ ଝୁଣ୍ଟି ପଡ଼ିଲେ
ଅଧକିଲ ତେଲ ଥିଲା
ସବୁତକ ପଡ଼ିଗଲା
ପାଣି ପକାଇ ଖରକି ଦେଲେ
ସେ ଜାଗାଟା

କହିଲି ହେଲାଣି ଇସ୍କୁଲୁ ବେଳ ଖାଇବାକୁ ଦିଅ ଯିବି ଚଞ୍ଚଳ
ଗାଲକୁ ମୋ’ ଚିପି ଦେଲେ
ମନଇଚ୍ଚା ବକିଗଲେ
କହିଲେ ରାନ୍ଧିଦେବ
ଆଣୁନ ମାଇପ ଗୋଟା

 

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

Leave A Reply

Your email address will not be published.