Latest Odisha News

BREAKING NEWS

କାଳ ସାଜିଲା ଆର୍ଥିକ ଅଭାବ, ଆତ୍ମହତ୍ୟା କଲେ ଗୋଟେ ପରିବାରର ୭ ସଦସ୍ୟ

ସୁରଟ: ଆତ୍ମହତ୍ୟା । ଜଣେ କି ଦୁଇ ଜଣ ନୁହେଁ । ଏକାବେଳେ ଗୋଟିଏ ପରିବାରର ୭ ଜଣ ସାମୁହିକ ଭାବରେ ଆତ୍ମହତ୍ୟା କରିଛନ୍ତି । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗୁଜୁରାଟ ସୁରଟର ପାଲନପୁର ଅଞ୍ଚଳରେ । ପ୍ରାଥମିକ ତଦନ୍ତରୁ ଆର୍ଥିକ ଅଭାବରୁ ଚିନ୍ତାରୁ ବାହାରି ନପାରି ଏପରି କରିଥାଇପାରନ୍ତି ବୋଲି ପୋଲିସ କହିଛି । ସବିଶେଷ ତଥ୍ୟ ପାଇଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ୭ଜଣ ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଥିବା ସୂଚନା ମିଳିଛି

BjdElectrycity

ସୂଚନା ଅନୁସାରେ, ସୁରତ ଅନ୍ତର୍ଗତ ପାଲନପୁର ପଟିଆରେ ଥିବା ସିଦ୍ଧେଶ୍ୱର ଆପାର୍ଟମେଣ୍ଟରେ ରହୁଥିବା ମନୀଷ ସେଲାନକିଙ୍କ ପରିବାରରେ ଏପରି ଘଟଣା ଘଟିଛି । ବ୍ୟବସାୟରେ ବଡ ଧରଣର କ୍ଷତି ହେବା ପରେ ଦୀର୍ଘଦିନ ଧରି ଏହି ପରିବାର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିଲା । ଶେଷରେ ଚିନ୍ତାରୁ ବାହାରିନପାରି ଏଭଳି ପଦକ୍ଷେପ ନେଇଛନ୍ତି ପୁରା ପରିବାର ଲୋକେ । ପ୍ରଥମେ ମନୀଷ ପରିବାରର ୬ ସଦସ୍ୟଙ୍କୁ ବିଷ ଦେଇ ମାରିବା ପରେ ଶେଷରେ ନିଜେ ଫ୍ୟାନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ମାନଙ୍କ ମଧ୍ୟରେ ୩ଜଣ ଶିଶୁ ଥିବା ମଧ୍ୟ ଜଣାପଡିଛି ।

ମୃତକମାନେ ହେଲେ ମନୀଷ ସୋଲାଙ୍କି, ପତ୍ନୀ ରୀତା ସୋଲାଙ୍କି, ବାପା କାନୁ, ମା ଶୋଭା, ତିନିସନ୍ତାନ ଦିଶା, କାବ୍ୟା ଓ କୁଶଳ । ପଡୋଶୀ ମୃତ ଘଟଣା ଜାଣି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରୁ ସମସ୍ତ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହାପରେ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି । ପୋଲିସ କହିଛି ଯେ, ସମସ୍ତ ଯାଞ୍ଚ ସରିବା ପରେ ମୃତ୍ୟୁର ଠିକ କାରଣ ଜଣାପଡ଼ିବ ।

Leave A Reply

Your email address will not be published.