Latest Odisha News

BREAKING NEWS

ଫୋକସରେ ୨୪ ନିର୍ବାଚନ, ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ “ପଥ ଉତ୍ସବ “

ବାରିପଦା: ସାରା ରାଜ୍ୟରେ ଏବେ ୨୪ ନିର୍ବାଚନ କ୍ରେଜ । ୨୦୨୪ ସାଧାରଣ ନିର୍ବାଚନକୁ ଜନମାନସରେ ସଂପୂର୍ଣ୍ଣ ରୂପେ ପ୍ରତିଫଳିତ କରାଇବା ପାଇଁ ସାରା ଭାରତ ବର୍ଷରେ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହାରି ଭିତରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସଚେତନତା କାର୍ଯ୍ୟକ୍ରମ “ପଥ ଉତ୍ସବ “ଅନୁଷ୍ଠିତ ହୋଇଯାଇଛି।

ମାନନୀୟ ନିର୍ବାଚନ କମିଶନରଙ୍କର ନିର୍ଦ୍ଦେଶ କ୍ରମେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରିପଦା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ  ମତଦାନ ତଥା ମତଦାତା ସମ୍ବନ୍ଧୀୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ “ପଥ ଉତ୍ସବ” ସହିତ ୱାକାଥନ ଅନୁଷ୍ଠିତ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ସବୁଜ ପତାକା ଦେଖାଇ ଏହି “ପଥ ଉତ୍ସବ” ଓ ୱାକାଥନକୁ ଉଦଘାଟନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଏହି ଅବସରରେ ଯୁବ ବର୍ଗର ଭୋଟର ତଥା  ଛାତ୍ର ଛାତ୍ରୀ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଏକ ୱାକାଥନ ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରିବା ସହିତ ଲୋକମାନଙ୍କ ପାଖରେ ଗଣତନ୍ତ୍ରରେ ମତଦାତା ଓ ମତଦାନ ର ମହତ୍ତ୍ୱ ଉପରେ ବିଭିନ୍ନ ପ୍ରକାର ସଚେତନଧର୍ମୀ ବାର୍ତ୍ତା ପହଞ୍ଚାଇବ ।

Leave A Reply

Your email address will not be published.