Latest Odisha News

BREAKING NEWS

ଚୀନରେ କରୋନା ରଚୁଛି ତାଣ୍ଡବ, ଲକଡାଉନରେ ୫ କୋଟି ଲୋକ

ଓଡ଼ିଶା ସମ୍ବାଦ ବ୍ୟୁରୋ: କରୋନାର ଉତ୍ପତ୍ତି ସ୍ଥଳ ଚୀନରେ ପୁଣି ତାଣ୍ଡବ ରଚୁଛି ମହାମାରୀ । ସଂକ୍ରମଣ ହୁ ହୁ ହୋଇ ବଢୁଛି । ଦିନକରେ ଡବଲ୍ ହେଉଛି କରୋନା କେସ୍ । ଓମିକ୍ରନ୍ ଓ ଡେଲଟା ଦ୍ରୁତ ମାଡୁଛି । ବର୍ତ୍ତମାନ ସଂକ୍ରମଣ କରୋନାର ସବୁ ରେକର୍ଡ ପାର କରିଛି । ଗତ ୨୪ ଘଣ୍ଟାରେ ୫ହଜାରରୁ ଅଧିକ ଆକ୍ରାନ୍ତ ବାହାରିଛନ୍ତି । ମହାମାରୀ ପରଠୁ ଚୀନରେ କେବେ ଦିନକରେ ଏତେ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହୋଇ ନଥିଲେ ।

ଦୁଇ ଦିନ ତଳେ ଚୀନରେ ଦୈନିକ ସଂକ୍ରମଣ ଥିଲା ୧୩୩୭ । ଗତକାଲି ୩ ହଜାର ପାର କରିଥିଲା । ଆଜି ୫୨୮୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚୀନର ଜିଲିନ୍ ପ୍ରଦେଶରେ କରୋନା ଭୟଙ୍କର ଭାବରେ ବ୍ୟାପୁଛି । ସଂକ୍ରମଣ ବଢୁଥିବାରୁ ବିଭିନ୍ନ ପ୍ରଦେଶରେ ଲକଡାଉନ୍ ଲଗାଇଛି ଚୀନ୍ ।

ବର୍ତ୍ତମାନ ସୁଦ୍ଧା ଚୀନରେ ୫କୋଟିରୁ ଅଧିକ ଲୋକ ଏବେ ତାଲାବନ୍ଦ । ଜିଲିନରେ କେବଳ ଅଢ଼େଇ କୋଟି ଲୋକ ଲକଡାଉନରେ ଅଛନ୍ତି । ସେନଝେନରେ ୧କୋଟି ୭୦ଲକ୍ଷ, ଡୋଙ୍ଗୁଆନରେ କୋଟିଏ ଲୋକ ଘର ଭିତରେ ରହିଛନ୍ତି ।

Comments are closed, but trackbacks and pingbacks are open.