Latest Odisha News

BREAKING NEWS

ସ୍କୁଲ କଲେଜରେ ହିଜାବକୁ ଅନୁମତି ନାହିଁ, ଆବେଦନ ଖାରଜ କଲେ କର୍ଣ୍ଣାଟକ ହାଇକୋର୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ହିଜାବ ବିବାଦ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ସ୍କୁଲ କଲେଜରେ ହିଜାବ ବ୍ୟାନ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ପିଟିସନକୁ ଖାରଜ କରିଛନ୍ତି କୋର୍ଟ । ଉଡୁପିର ଛାତ୍ରୀ ସ୍କୁଲରେ ହିଜାବ ପିନ୍ଧିବାକୁ ଅନୁମତି ଦେବା ପାଇଁ କର୍ଣ୍ଣାଟକ ହାଇକୋର୍ଟରେ ଆବେଦନ କରିଥିଲେ ।

ଛାତ୍ରୀଙ୍କ ଆବେଦନ ଖାରଜ କରିବା ସହ କୋର୍ଟ କହିଛନ୍ତି, ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ଛାତ୍ରୀ ମନା କରିପାରିବେ ନାହିଁ । ହିଜାବ ଧର୍ମର ପ୍ରମୁଖ ଅଂଶ ନୁହେଁ । ସ୍କୁଲ କଲେଜରେ ହିଜାବ ପିନ୍ଧିବା କର୍ଣ୍ଣାଟକ ସରକାର ବ୍ୟାନ କରିଥିଲେ । ଏହା ପ୍ରତିବାଦରେ ହାଇକୋର୍ଟରେ ହୋଇଥିଲା ପିଟିସନ୍ ।

ଆବେଦନକାରୀ ଦର୍ଶାଇଥିଲେ, କ୍ଲାସରୁମ ଭିତରେ ସେମାନଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ଦିଆଯାଉଛି । ଏହା ସେମାନଙ୍କର ଆସ୍ଥା ସହ ଜଡ଼ିତ । ଏସମ୍ପର୍କିତ ମାମଲାର ଶୁଣାଣି ପାଇଁ ଫେବ୍ରୁଆରୀ ୯ ତାରିଖରେ କର୍ଣ୍ଣାଟକ ହାଇକୋର୍ଟ ତିନି ଜଣିଆ ଖଣ୍ଡପୀଠ ଗଠନ କରିଥିଲେ ।

Comments are closed, but trackbacks and pingbacks are open.