Latest Odisha News

BREAKING NEWS

ଜାପାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ; ଉତ୍ତର-ପୂର୍ବ ଉପକୂଳରେ ସୁନାମି ଚେତାବନୀ

ଟୋକିଓ: ଶନିବାର ଜାପାନରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି ଯାହା ରାଜଧାନୀ ଟୋକିଓରେ ଥିବା ବଡ଼ ବଡ଼ ଅଟ୍ଟାଳିକାକୁ ଥରାଇ ଦେଇଛି। ଏ ନେଇ ଦେଶର ଉତ୍ତର-ପୂର୍ବ ଉପକୂଳରେ ସୁନାମି ଚେତାବନୀ ଦିଆଯାଇଛି।

ଏହି ଶକ୍ତିଶାଳୀ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ରହିଛି। USGS କହିଛି ଯେ ଏହି ଭୂକମ୍ପ ଇଶିନୋମାକି ଠାରୁ ୩୪ କିଲୋମିଟର ପୂର୍ବରେ ୬୦ କିଲୋମିଟର ଗଭୀରରେ ଅନୁଭୂତ ହୋଇଛି।

ସୂଚନା ଅନୁଯାୟୀ ଏହି ଭୂକମ୍ପ କେନ୍ଦ୍ର ମିଆଗୀ ଉପକୂଳବର୍ତ୍ତୀ ଥିଲା, ଯାହା ୨୦୧୧ର ବିରାଟ ଭୂକମ୍ପର କେନ୍ଦ୍ରସ୍ଥଳୀ ଥିଲା ଏବଂ ସୁନାମି ସମୟରେ ବହୁ କ୍ଷତିଗ୍ରସ୍ତ ହୋଇଥିଲା।

Comments are closed.