Latest Odisha News

BREAKING NEWS

ଇରାନରେ ଭୟଙ୍କର ବିସ୍ଫୋରଣରେ; ୫୦୦ରୁ ଉର୍ଦ୍ଧ୍ବ ଆହତ, ୧୪ ମୃତ

ତେ‌ହରାନ: ଇରାନର ବନ୍ଦର ଆବାସର ରାଜାଇ ପୋର୍ଟରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏଥିରେ ୫୦୦ ଜଣ ଆହତ ଆହତ ହୋଇଥିବାବେଳେ, ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା ରହିଛି ।

ରାଜାଇ ବନ୍ଦର ମୁଖ୍ୟତଃ କଣ୍ଟେନର ଯିବା ଆସିବା ପରିଚାଳନା କରେ ଏବଂ ଏଥିରେ ତେଲ ଟ୍ୟାଙ୍କ ଏବଂ ଅନ୍ୟାନ୍ୟ ପେଟ୍ରୋକେମିକାଲ୍ ସୁବିଧା ମଧ୍ୟ ରହିଛି । ରାଜାଇ ବନ୍ଦର ଇରାନର ରାଜଧାନୀ ତେହେରାନରୁ ପ୍ରାୟ ୧,୦୫୦ କିଲୋମିଟର ଦୂରରେ ଅବସ୍ଥିତ । ତେବେ ପ୍ରଥମେ ଏକ ଅଏଲ୍‌ କଣ୍ଟେନରରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା ଏହାପରେ ଅନ୍ୟ କେତେକ କଣ୍ଟେନରରେ ମଧ୍ୟ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ଏହି ପ୍ରଚଣ୍ଡ ବିସ୍ଫୋରଣରେ ଥରି ଉଠିଥିଲା ସମଗ୍ର ଅଞ୍ଚଳ କିଛି ସମୟ ମଧ୍ୟରେ ଧୂଆଁରେ ଭର୍ତ୍ତି ହୋଇଯାଇଥିଲା । ନିଆଁ ଲିଭାଇବା ପାଇଁ ବନ୍ଦର କାର୍ଯ୍ୟକୁ ତୁରନ୍ତ ବନ୍ଦ କରି ଦିଆଯାଇଛି ।

ବିସ୍ଫୋରଣର ପ୍ରଭାବ ଏତେ ଅଧିକ ଥିଲା ଯେ ଘଟଣା ସ୍ଥଳଠାରୁ ପ୍ରାୟ ୩ କିମି ଦୂରରେ ଥିବା ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବିସ୍ଫୋରଣ ସମୟରେ ବନ୍ଦରରେ ୨ ହଜାରୁ ଅଧିକ ଲୋକ ଉପସ୍ଥିତ ଥିଲେ ବୋଲି ଇରାନର ତସନିମ୍ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ।

Comments are closed.