Latest Odisha News

BREAKING NEWS

Stone Mine Explosion: ପଥର ଖଣିରେ ବଡ଼ଧରଣର ବିସ୍ଫୋରଣ: ୪ ମୃତ୍ୟୁ ଆଶଙ୍କା….

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍‌ ମୋଟଙ୍ଗା ଥାନା ଅନ୍ତର୍ଗତ ନିମିଧା ପଞ୍ଚାୟତର ଗୋପାଳପୁର ଗ୍ରାମ ନିକଟରେ ପଥର ଖାଦାନରେ ବିସ୍ଫୋରଣ ଘଟି ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ଏହା ସହ କିଛି ଶ୍ରମିକ ଆହତ ହୋଇଥିବା କୁହାଯାଉଛି । ଓଡ଼ାପଡ଼ା ତହସିଲଦାରଙ୍କ ସମେତ ମୋଟଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛନଭିନ ଆରମ୍ଭ କରିଛନ୍ତି ।

ଅନ୍ୟପଟେ ଏ ସମ୍ପର୍କରେ ମୋଟଙ୍ଗା ଥାନା ଆଇଆଇସି ଦୀପକ କୁମାର ଲେଙ୍କା କହିଛନ୍ତି, ଖଣିରେ କୌଣସି ବ୍ୟକ୍ତି ନାହାନ୍ତି । କେତେ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି, ତାହା ତଦନ୍ତ ପରେ ଜଣାପଡ଼ିବ ।

ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ କହିଛନ୍ତି, ଏପରି ଘଟଣା ଘଟିଥିବା ଜଣାପଡ଼ିଛି । କିନ୍ତୁ କେତେ ଶ୍ରମିକଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ । ସେହିପରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଭିନବ ‌ସୋନକର କହିଛନ୍ତି, ମୃତାହତଙ୍କ ସଂଖ୍ୟା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

Comments are closed.