Latest Odisha News

BREAKING NEWS

କଟକରେ ଆପାର୍ଟମେଣ୍ଟରେ ଲାଗିଲା ନିଆଁ

କଟକ: ଆପାର୍ଟମେଣ୍ଟରେ ଲାଗିଲା ନିଆଁ । କଟକ ବାଦାମବାଡ଼ିରେ ଥିବା ଗୋଟିଏ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ହୋଇଛି । ବିକାଶ ଭବନ ସାମ୍ନାରେ ଥିବା ଆପାର୍ଟମେଣ୍ଟର ତୃତୀୟ ମହଲାରେ ନିଆଁ ଲାଗିଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ ଟିମ୍ । ତୁରନ୍ତ ନିଆଁ ଲିଭା କାମ ଆରମ୍ଭ ହୋଇଥିଲା ।

ନିଆଁ ଝରକା ଦେଇ ବାହାରକୁ ବାହିରିଥିଲା । ଏହି ଘଟଣା ପରେ ଆପାର୍ଟମେଣ୍ଟରେ ରହୁଥିବା ଲୋକ ଭୟରେ ବାହାରକୁ ଚାଲି ଆସିଥିଲେ । କିଛି ସମୟ ପରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ ।  ତେବେ ଆପାର୍ଟମେଣ୍ଟରେ କିଭଳି ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି । କେତେ କଣ କ୍ଷୟକ୍ଷତି ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳି ନାହିଁ ।

Leave A Reply

Your email address will not be published.