Latest Odisha News

BREAKING NEWS

କୋହଲିଙ୍କ ବ୍ୟାଟିଂକୁ ବରିଷ୍ଠ କ୍ରିକେଟରଙ୍କ ପ୍ରଶଂସା, ଶତକଠାରୁ କମ ନ ଥିଲା ୭୯ ରନର ଇନିଂସ

କେପଟାଉନ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୨୨୩ ରନ କରି ଅଲଆଉଟ ହୋଇଛି । ଏହି ଇନିଂସରେ ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ୭୯ ରନର ଇନିଂସ ଖେଳିଥିଲେ । ତାଙ୍କର ଏହି ଇନିଂସକୁ ବରିଷ୍ଠ କ୍ରିକେଟରମାନେ ଭୂୟସୀ ପ୍ରଶଂସା କରିଛନ୍ତି । ଏହି ୭୯ ରନର ଇନିଂସ କୌଣସି ଗୁଣରେ ଶତକଠାରୁ କମ ନୁହେଁ ।

ଏହା ଏକ ୱାର୍ଲ୍ଡ କ୍ଲାସ ବ୍ୟାଟିଂ ଥିଲା ବୋଲି ଆକାଶ ଚୋପ୍ରା କହିଛନ୍ତି । ଇରଫାନ ପଠାନ ଲେଖିଛନ୍ତି କୋହଲି ଶତକର ହକଦାର ଥିଲେ । ତାଙ୍କର ଶ୍ରେଷ୍ଠ ଇନିଂସ ମଧ୍ୟରେ ଏହା ନିଶ୍ଚିତ ଭାବେ ସାମିଲ ହେବ । ଆର ପି ସିଂ ମଧ୍ୟ ଟିମ ଇଣ୍ଡିଆ ଅଧିନାୟକଙ୍କ ବ୍ୟାଟିଂକୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.