Latest Odisha News

BREAKING NEWS

କେନ୍ଦୁପତ୍ର ଗୋଦାମରେ ଅଗ୍ନିକାଣ୍ଡ,୫ କୋଟିରୁ ଅଧିକ ଟଙ୍କାର କେନ୍ଦୁପତ୍ର ପୋଡି ପାଉଁଶ

ମାଲକାନଗିରି: ମାଲକାନଗିରି ଏମଭି-୩ ସ୍ଥିତ କେନ୍ଦୁପତ୍ର ଗୋଦାମରେ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ।ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଅଚାନକ କେନ୍ଦୁପତ୍ର ଗୋଦାମରେ ନିଆଁ ଲାଗିଯାଇଥିଲା । ଆଜି ସକାଳେ ସ୍ଥାନୀୟ ଲୋକ ଧୁଆଁ ବାହାରୁଥିବା ଦେଖି ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ନିଆଁ ଆୟତ କରିଛନ୍ତି ।

ପ୍ରାୟ ୫ କୋଟିରୁ ଅଧିକ ଟଙ୍କା କେନ୍ଦୁପତ୍ର ପୋଡି ପାଉଁଶ ହୋଇଯାଇଛି । କିପରି ଆଉ କିଏ ନିଆଁ ଲଗାଇଛି  ତାହା ଜଣାପଡି ନାହିଁ। ପୋଲିସ ତଦନ୍ତ ଜାରି ରଖିଛି । ପୋଲିସର ତଦନ୍ତ ପରେ ହିଁ ସତ୍ୟ ଜଣାପଡିବ ବୋଲି କୁହାଯାଇଛି।

Comments are closed.