Latest Odisha News

ଉତ୍କଳ ବିଶ୍ୱବିଦ୍ୟାଳୟ ଅଫିସ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର: ବାଣୀବିହାର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ଆଡ଼ମିନଷ୍ଟେଟିଭ ବ୍ଲକ ମଧ୍ୟରେ ଥିବା ସିଣ୍ଡିକେଟ ହଲରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, କିଛି ଛାତ୍ର ପ୍ରଥମ ମହଲାରେ ଥିବା ଆଡ଼ମିନଷ୍ଟେଟିଭ ବ୍ଲକରୁ ଧୂଆଁ ବାହାରୁଥିବା ଦେଖି ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ । ଏହାପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା ।

ସୂଚନା ପାଇବା ମାତ୍ରେ ହିଁ ୩ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।

ନିଆଁ ଲାଗିବାର ଏକଘଣ୍ଟା ପୂର୍ବରୁ ଉକ୍ତ ସିଣ୍ଡିକେଟ୍‌ ହଲଠାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବୈଠକ ହୋଇଥିବା ସୂତ୍ରରୁ ପ୍ରକାଶ ।

ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ, ନିଆଁଲିଭା କାମ ଜାରି ରହିଥିବାରୁ କ୍ଷୟକ୍ଷତିର ଆକଳନ ହୋଇପାରି ନାହିଁ।

Leave A Reply

Your email address will not be published.