Latest Odisha News

BREAKING NEWS

ଭଦ୍ରକ ଜିଲ୍ଲା ଜଜ୍ କୋର୍ଟରେ ଖାଲି ପଡ଼ିଥିବା ଏହିସବୁ ପଦବୀ ଲାଗି ନିଯୁକ୍ତି ସୂଚନା

ଭୁବନେଶ୍ୱର: ଜିଲ୍ଲା ଜଜ ଓ ସେସନ କୋର୍ଟରେ କେତେଗୁଡ଼ିଏ ଜୁନିଅର କ୍ଲର୍କ ଓ କପିଇଷ୍ଟ, ଜୁନିୟର ଷ୍ଟେନୋଗ୍ରାଫର (ଗ୍ରେଡ଼-୩), ଜୁନିୟର ଟାଇପିଷ୍ଟ ଏବଂ ଅମିନ ପଦବୀ ଲାଗି ଯୋଗ୍ୟ ପ୍ରାର୍ଥୀମାନଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି । ସମୁଦାୟ ୩୨ଟି ପଦବୀ ଖାଲି ରହିଥିବା ବେଳେ ଏହି ପଦବୀଗୁଡ଼ିକ ଲାଗି ଅଫଲାଇନ ମାଧ୍ୟମରେ ଆବେଦନ କରିବାର ଶେଷ ଦିନ ୨୦୧୯ ମସିହା ୧୪ ନଭେମ୍ବର ରହିଛି ।

ଶିକ୍ଷାଗତ ଯୋଗ୍ୟତା:

– ଜୁନିୟର କ୍ଲର୍କ – କପିଇଷ୍ଟ, ଜୁନିୟର ଷ୍ଟେନୋଗ୍ରାଫର ଏବଂ ଜୁନିୟର ଟାଇପିଷ୍ଟ ପଦବୀ ଲାଗି ସିଏଚଏସଇ ଦ୍ୱାରା ପରିଚାଳିତ +୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ । ଏଥିସହିତ କୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ କମ୍ପ୍ୟୁଟର୍ ଆପ୍ଲିକେସନରେ ଡ଼ିପ୍ଲୋମା ପାଶ୍ କରିଥିବା ଜରୁରୀ ।

ବୟସସୀମା:

– ୧୮ ରୁ ୩୨ ବର୍ଷ

ଦରଖାସ୍ତ ଫି:

୧୦୦ ଟଙ୍କା

କିପରି  କରିବେ ଆବେଦନ:

ସମସ୍ତ ପ୍ରାର୍ଥୀମାନେ ଆବଶ୍ୟକୀୟ ଡ଼କ୍ୟୁମେଣ୍ଟ ସହିତ ସମସ୍ତ ଶିକ୍ଷାଗତ ପ୍ରମାଣପତ୍ରର ନକଲ ଯାହାକି ସେଲ୍ଫ ଆଟେଷ୍ଟେଡ୍ ହୋଇଥିବା ଜରୁରୀ । ଏହାକୁ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଭଦ୍ରକ ଜିଲ୍ଲା ଜଜ୍ ଭଦ୍ରକଙ୍କ କାର୍ଯ୍ୟାଳୟରେ ୧୪ ନଭେମ୍ବର ସନ୍ଧ୍ୟା ୫ଟା ସୁଦ୍ଧା ପହଞ୍ଚିବା ଆବଶ୍ୟକ । ଏହି ତାରିଖ ପରେ ପହଞ୍ଚିଲେ ସମସ୍ତ ଦରଖାସ୍ତ ଗୁଡ଼ିକୁ ନାକଚ କରିଦିଆଯିବ ।

ଖାଲିସ୍ଥାନ ରହିଥିବା ପଦବୀ ସମ୍ପର୍କରେ ତଥ୍ୟ:

– ଜୁନିୟର କ୍ଲର୍କ – କପିଇଷ୍ଟ – ୧୭ଟି ପଦବୀ
– ଜୁନିୟର ଷ୍ଟେନୋଗ୍ରାଫର (ଗ୍ରେଡ୍ ୩) – ୬ଟି ପଦବୀ
– ଜୁନିୟର ଟାଇପିଷ୍ଟ – ୮ଟି ପଦବୀ
– ଅମିନ – ୧ଟି ପଦବୀ

ଚୟନ ପ୍ରକ୍ରିୟା:

ପ୍ରାର୍ଥୀମାନଙ୍କର ଚୟନ ଲିଖିତ ପରୀକ୍ଷା ମାଧ୍ୟମରେ ଅନୁଷ୍ଠିତ ହେବ । ପ୍ରାର୍ଥୀମାନେ www.districts.ecourts.gov.in ୱେବସାଇଟ୍ ମାଧ୍ୟମରେ ଏହି ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ସବିଶେଷ ବିବରଣୀ ପାଇପାରିବେ । ଏପରିକି ଏହି ୱେବସାଇଟ୍ ମାଧ୍ୟମରେ ଆବେଦନ ଲାଗି ଦରଖାସ୍ତ ଫର୍ମ ତଥା ଯୋଗ୍ୟତା ସମ୍ପର୍କୀୟ ସୂଚନା ପାଇପାରିବେ ।

Leave A Reply

Your email address will not be published.