Latest Odisha News

BREAKING NEWS

ଜମ୍ମୁ-କାଶ୍ମୀରରେ ଭୟାବହ ଅଗ୍ନିକାଣ୍ଡ, କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ପାଉଁଶ

ଜମ୍ମୁ-କାଶ୍ମୀର: ବାରାମୁଲାରେ ଭୟାବହା ଅଗ୍ନିକାଣ୍ଡ। ବାରାମୁଲା କାନଲିବାଗ ବାବା ରେଶି ରୋଡରେ ଥିବା ୮ଟି ଘରେ ଲାଗିଛି ନିଆଁ। ଅଗ୍ନିକାଣ୍ଡରେ ଗୋଟିଏ ଆସବାବପତ୍ର ଫ୍ୟାକ୍ଟ୍ରି ଜଳି ପାଉଁଶ ହୋଇ ଯାଇଛି । ଅଗ୍ନିକାଣ୍ଡରେ ବ୍ୟାପକ କ୍ଷତି ଘଟିଛି । ଘର ପୋଡିଯିବା ସହ ଆସବାବପତ୍ର ଫ୍ୟାକ୍ଟ୍ରିରେ ଲାଗିଥିବା ନିଆଁରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପ୍ରାୟ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଥିବା ଅନୁମାନ କରାଯାଉଛି ।

ଫାରୁକ ଅହମ୍ମଦନଗରସ୍ଥିତ ଆସବାବପତ୍ର ଫ୍ୟାକ୍ଟ୍ରିରୁ ଆରମ୍ଭ ହୋଇଥିଲା ନିଆଁ । ଏହାପରେ ଏହି ନିଆଁ ଆଖପାଖର ୮ଘରକୁ ବ୍ୟାପି ଯାଇଥିଲା ।ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସହ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁ ଲାଗିବାର କାରଣ ଏବେବି ଅସ୍ପଷ୍ଟ ରହିଛି। ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରୁଛି ପୋଲିସ।

 

 

Comments are closed.