Latest Odisha News

BREAKING NEWS

ଦିଲ୍ଲୀର ତୁଗଲକବାଦରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ତୁଗଲାକବାଦରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ହେତୁ ପ୍ରାୟ ୧୫୦୦ ବସ୍ତି ଜଳି ପୋଡ଼ି ପାଉଁଶ ହୋଇଯାଇଛି ଏବଂ ଶହ ଶହ ଲୋକ ଭୂମିହୀନ ହୋଇଯାଇଛନ୍ତି । ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି । ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ରାତି ପ୍ରାୟ ୧୨ଟା ୫୦ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥଲା ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ୨୮ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପୋଲିସ ଏବଂ ଅଗ୍ନିଶମ ବିଭାଗ ଏହି ବସ୍ତିରେ ରହୁଥିବା ସମସ୍ତ ଲୋକଙ୍କୁ ଠିକ୍ ସମୟରେ ବାହାର କରି ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି । ବିଳମ୍ବିତ ରାତିରେ ଅଧିକାଂଶ ଲୋକ ଶୋଇଥିଲେ ।  ସକାଳ ପ୍ରାୟ ୩ଟା ୪୦ ସମୟରେ ଏହି ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା, କିନ୍ତୁ ସେତେବେଳକୁ ପ୍ରାୟ ୧୫୦୦ ବସ୍ତି ପୋଡି ପାଉଁଶ ହୋଇଯାଇଥିଲା । ବର୍ତ୍ତମାନ ସରକାର କ୍ଷୟକ୍ଷତିର ଆକଳନ କରୁଛନ୍ତି ।

Leave A Reply

Your email address will not be published.