Latest Odisha News

BREAKING NEWS

ୱାରଙ୍ଗାଲ କୂଅରୁ ମିଳିଥିବା ୯ ମୃତ ଦେହ ଘଟଣାର ରହସ୍ୟ ଖୋଲିଲା

ତେଲେଙ୍ଗାନା: ତେଲେଙ୍ଗାନାର ୱାରଙ୍ଗାଲ କୂଅରୁ ମିଳିଥିବା ୯ ମୃତ ଦେହ ଘଟଣାର ରହସ୍ୟ ଖୋଲିଲା । ୱାରଙ୍ଗଲ ପୋଲିସ କହିଛି ଯେ, ବିହାରର ପ୍ରବାସୀ ଶ୍ରମିକ ସଞ୍ଜୟ କୁମାର ଯାଦବ ନିଜ ପ୍ରେମିକାର ହତ୍ୟା କରିସାରିଛି ଏହାର ରହସ୍ୟ ନ ଖୋଲୁ ସେଥିପାଇଁ ସେ ନଅ ଜଣଙ୍କୁ ହତ୍ୟା କରିଥିଲା । ଗିରଫ ହେବାପରେ ୨୬ବର୍ଷୀୟ ଅଭିଯୁକ୍ତ ସଞ୍ଜୟ ତାଙ୍କ ଅପରାଧ ସ୍ୱୀକାର କରିଛି । ୱାରଙ୍ଗାଲ ପୋଲିସ କମିଶନର ଡ. ରବିନ୍ଦର କହିଛନ୍ତି ଯେ ଯେଉଁ କୂଅରୁ ମୃତଦେହ ମିଳିଥିଲା ​​ସେହି ପାଖରେ ଏକ ଅଖା ତିଆରି କାରଖାନା ଅଛି । ପ୍ରବାସୀ ଶ୍ରମିକମାନେ ଏଠାରେ ରୁହନ୍ତି । ଅଭିଯୁକ୍ତ ସଞ୍ଜୟ ମଧ୍ୟ ଏଠାରେ ରହୁଥିଲେ । ତାଙ୍କ ସହିତ ପଶ୍ଚିମବଙ୍ଗର ବାସିନ୍ଦା ନିଶା ଏବଂ ପରିବାରର ୬ ସଦସ୍ୟ ରହୁଥିଲେ । ବିହାରର ଦୁଇଜଣ ଯୁବକ ଏବଂ ତ୍ରିପୁରାର ଜଣେ ଯୁବକ ମଧ୍ୟ ସେମାନଙ୍କ ସହ ରହୁଥିଲେ । ଯାଞ୍ଚରୁ ଜଣାପଡିଛି ଯେ ନିଶାଙ୍କ ଭାଣିଜୀ ରାଫିକା (୩୭) ଙ୍କ ସହ ସଞ୍ଜୟଙ୍କର ଅନୈତିକ ସମ୍ପର୍କ ଥିଲା । ସଞ୍ଜୟ ରାଫିକାଙ୍କ ଝିଅ ଉପରେ ମଧ୍ୟ ତାର ଖରାପ ଦୃଷ୍ଟି ଥିଲା । ଏହା ଜାଣିବା ପରେ ରାଫିକା ସଞ୍ଜୟଙ୍କୁ ତାଙ୍କ ଝିଅଠାରୁ ଦୂରରେ ରହିବାକୁ ଚେତାବନୀ ଦେଇଥିଲେ ଏବଂ ଏପରିକି ପୋଲିସ ନିକଟରେ ମାମଲା ଦାୟର କରିଥିଲେ । ମାର୍ଚ୍ଚ ୭ ରେ ସଞ୍ଜୟ ଏବଂ ରାଫିକା ପଶ୍ଚିମବଙ୍ଗ ଯିବା ପାଇଁ ଟ୍ରେନରେ ଚଢ଼ିଥିଲେ । ଯାତ୍ରା ସମୟରେ ସଞ୍ଜୟ ରାଫିକାଙ୍କୁ ଖାଦ୍ୟ ସହିତ ଏକ ନିଦ ବଟିକା ଦେଇଥିଲେ। ପରେ ଅଭିଯୁକ୍ତ ତାଙ୍କୁ ଗଳା କାଟି ଟ୍ରେନରୁ ମୃତଦେହ ଫିଙ୍ଗି ଦେଇଥିଲା ।

ଏହା ପରେ ଅଭିଯୁକ୍ତ ସଞ୍ଜୟ ୱାରଙ୍ଗାଲକୁ ଫେରିଥିଲେ । ନିଶା ରଫିକଙ୍କ ବିଷୟରୁ ପଚାରିବା ସହ ପୋଲିସ ନିକଟକୁ ଯିବ ବୋଲି ଧମକ ଦେଇଥିଲା । ହତ୍ୟାକାଣ୍ଡ ଧରା ପଡିବା ଭୟରେ ଅଭିଯୁକ୍ତ ଆଉ ଏକ ଷଡଯନ୍ତ୍ର ରଚିଥିଲା ।  ମେ ୨୦ରେ ମାକସୁଦଙ୍କ ବଡ ପୁଅର ଜନ୍ମଦିନରେ ଅଭିଯୁକ୍ତ ନିଦ ବଟିକା କିଣି ମାକସୁଦଙ୍କ ଘରେ ପହଞ୍ଚି ତାଙ୍କ ଖାଦ୍ୟରେ ମିଶାଇ ଦେଇଥିଲା । ଏହି ଅବସରରେ ମକସୁଦର ଜଣେ ବନ୍ଧୁ ଶାକିଲ ମଧ୍ୟ ଉପସ୍ଥିତ ଥିଲେ । କାରଖାନାର ପ୍ରଥମ ମହଲାରେ ଦୁଇଜଣ ଶ୍ରମିକ ମଧ୍ୟ ଥିଲେ ।  ସମସ୍ତେ ଖାଦ୍ୟ ଖାଇ ଶୋଇପଡ଼ିଲେ, ସଞ୍ଜୟ ରାତି ପ୍ରାୟ ୧୨ଟା ୩୦ ମିନିଟ୍ ବେଳକୁ ଉଠିପଡ଼ିଥିଲେ। ସେ ସମସ୍ତଙ୍କୁ ଅଖା ବୋରା ଭିତରେ ବାନ୍ଧି କରି କୂଅରେ ଫିଙ୍ଗିଦେଇଥିଲା ।

Leave A Reply

Your email address will not be published.