Latest Odisha News

BREAKING NEWS

ବାଟମାରଣା ହୋଇଛି ୮୬୫ କୋଟି ଟଙ୍କା ଖଣିଜ ରାଜସ୍ୱ: ସିଏଜି ରିପୋର୍ଟ

ଭୁବନେଶ୍ବର:ଓଡ଼ିଶାର ମହାଲେଖାକାର ଅତୁଲ ପ୍ରକାଶ ବୁଧବାର ଦିନ ସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍ତି। ବିଭିନ୍ନ କ୍ଷେତ୍ରକୁ ନେଇ ସେ ବିସ୍ତୃତ ତଥ୍ୟ ରଖିଛନ୍ତି। ବାଟମାରଣା ହୋଇଛି ୮୬୫ କୋଟି ଟଙ୍କା ଖଣିଜ ରାଜସ୍ୱ । ରାଜ୍ୟରେ ଲଘୁ ଖଣିଜ ଚୋରି ରୋକିବା ଓ ଉଚ୍ଛେଦ କାର୍ଯ୍ୟକଳାପ ପ୍ରଭାବହୀନ ।

ଆଜି ବିଧାନସଭାରେ ରିପୋର୍ଟ ଉପସ୍ଥାପନରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଏଜି ଅତୁଲ ପ୍ରକାଶ । ଲଘୁ ଖଣିଜ ପଦାର୍ଥ ଖନନରୁ ପ୍ରାପ୍ତ ରାଜସ୍ବ ଅଣ ଟିକସ ରାଜସ୍ବର ମୁଖ୍ୟ ଉତ୍ସ ବୋଲି ଅତୁଲ ପ୍ରକାଶ କହିଛନ୍ତି। ୨୦୧୫-୨୨ ମଧ୍ୟରେ ଲଘୁ ଖଣିଜ ରାଜସ୍ବ ୨୯୬୮.୭୫ କୋଟି ଟଙ୍କାରେ ପହଞ୍ଚିଛି। ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ୫୨୦ ଲଘୁ ଖଣିଜ ଉତ୍ସ ମଧ୍ୟରୁ ୧୪୭ କାର୍ଯ୍ୟକ୍ଷମ ହୋଇପାରିଛି। କିନ୍ତୁ ୩୭୩ ଲଘୁ ଖଣିଜ ଉତ୍ସ କାର୍ଯ୍ୟକ୍ଷମ ହୋଇ ପାରି ନାହିଁ। ଖଣିଜ କ୍ରୟ ଟ୍ରାଞ୍ଜିଟ୍‌ ପାସ୍‌ ନ ଦେବାରୁ ୮୬୪.୪୬ କୋଟି ଟଙ୍କା ରାଜସ୍ବ ବାଟମାରଣା ହୋଇଛି। ଖଣି ଲିଜ୍‌ଧାରୀଙ୍କ ଠାରୁ ୩୯୬୬ କୋଟି ଟଙ୍କା ଆଦାୟ ହୋଇପାରି ନାହିଁ। ସରକାର ଆଦାୟ କରିନଥିବା ସିଏଜି ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।

ଧର୍ମଶାଳା ତହସିଲ ଅଧିନରେ ଥିବା ଡଙ୍କାରୀ କଳା ପଥର ଖଣିରୁ ବେଆଇଇ ଖଣି ଉତ୍ତୋଳନ ଯୋଗୁ ୫୮ କୋଟି ୬୩ ଲକ୍ଷ ଟଙ୍କାର କ୍ଷତି ହୋଇଛି । ବିଡର ଚୂଡାନ୍ତକରଣରେ ଅନିୟମିତତା ଦ୍ୱାରା ୬.୨୧ କୋଟି ଟଙ୍କାର କ୍ଷତି ହୋଇଛି । ଖଣି ଯୋଜନା ଅନୁମୋଦନ ପରେ ଏବଂ ବିଭିଂ ପ୍ରକ୍ରିୟା ବିଳମ୍ବ ହେବାରୁ ୨୦.୧୦ କୋଟି ଟଙ୍କାର ରାଜସ୍ୱ ହାନି ହୋଇଛି ।

ଲିଜଧାରୀମାନଙ୍କ ଠାରୁ ବଳେୟା ଖଣିଜ ଦେୟ, ସୁଧ ସହିତ, ୯୨ ଦଶମିକ ୨୪ ଲକ୍ଷ ଟଙ୍କା ଆଦାୟ ହୋଇପାରିନାହିଁ । ତେବେ ଯେଉଁମାନେ ନିୟମର ଅବହେଳା କରିଛନ୍ତି ସେମାନଙ୍କ ଉପରେ ଜୋରିମାନା ଲାଗାଯାଇଛି । ତେବେ ବେଆଇନ ଖଣି ଉତ୍ତୋଳନ କରିଥିବା ଲିଜଧାରୀଙ୍କୁ ଏଥିପାଇଁ ମୁଲ୍ୟ ଦେବାକୁ ପଡିବ ବୋଲି କହିଛନ୍ତି ଏଜି ।

 

Comments are closed.