Latest Odisha News

BREAKING NEWS

ଚୀନରେ ବିକ୍ଷୋଭ ଶୋଭାଯାତ୍ରା; ପ୍ରଥମ ଥର ପାଇଁ ଜିନ୍ ପିଙ୍ଗଙ୍କ ବିରୋଧରେ ଗର୍ଜିଲେ ଜନତା

ବେଜିଂ: ଚୀନରେ ତେଜିଲା କମ୍ୟୁନିଷ୍ଟ ବିରୋଧୀ ସ୍ୱର । ସରକାରଙ୍କ ବିରୋରଧରେ ରାସ୍ତାକୁ ଓହ୍ଲାଇଲେ ଶହଶହ ଯୁବକଯୁବତୀ । ରାଷ୍ଟ୍ରପତି ଜିନ୍ ପିଙ୍ଗ ବିରୋଧର ନାରାବାଜିରେ କମ୍ପିଲା ସାଂଘାଇ, ବେଜିଂ ଏବଂ ଉହାନ । ଲକ ଡାଉନ ବନ୍ଦ କର, ଚୀନରେ କମ୍ୟୁନିଷ୍ଟ ପାର୍ଟିର ଅନ୍ତ କର-ଏମିିତି ଦାବି ନେଇ ଶହଶହ ଯୁବକଯୁବତୀ ରାସ୍ତାରେ ବକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଚୀନ ରାଷ୍ଟ୍ରୀୟ ସଙ୍ଗୀତ ଗାଇ ହଜାର ହଜାର ଯୁବକ ଯୁବତୀଙ୍କ ଏପରି ବିକ୍ଷୋଭ ସାରା ବିଶ୍ୱକୁ ଚକିତ କରିଛି । କଟକଣା, ବିରୋଧ, ଶୃଙ୍ଖଳା ପରି ଶବ୍ଦରେ ବନ୍ଧା ହୋଇଥିବା  ଦେଶ ଚୀନରେ ଏପରି ବିରୋଧଭାସ  ଏକ ଭିନ୍ନ ସନ୍ଦେଶ ଦେଉଛି ।

ଜଣେ ବିକ୍ଷୋଭକାରୀ ବିବିସିକୁ ସୂଚନା ଦେଇ କହିଛନ୍ତି, ରାସ୍ତାରେ ଏତେ ସଂଖ୍ୟାରେ ଲୋକଙ୍କୁ ଦେଖି ଖୁବ ଉତ୍ସାହିତ ଏବଂ ଭୟଭୀତ  ଅନୁଭବ କରୁଛି । କାରଣ  ପ୍ରଥମ ଥର ପାଇଁ ଚୀନରେ ସରକାର ବିରୋଧରେ ଏତେ ବଡ ପ୍ରଦର୍ଶନ ଦେଖିବାକୁ ମିଳୁଛି ।

ଲକଡାଉନର କଡା କଟକଣା ଜନତାଙ୍କୁ ଉତ୍ୟକ୍ତ ଏବଂ ନିରାଶ କରିଛି । ଜଣେ ବିକ୍ଷୋଭକାରୀ କହିଛନ୍ତି, ଲକଡାଉନ ଯୋଗୁ ସେ ତାଙ୍କ ରୋଗୀଣା ମା’ଙ୍କୁ ଦେଖିବାକୁ ଯାଇ ପାରୁନାହାନ୍ତି । ତାଙ୍କ ମା’ କ୍ୟାନ୍ସରେ ପୀଡିତ ଅଛନ୍ତି ଅଥଚ ସେ ତାଙ୍କ ପାଇଁ କିଛି କରିପାରୁ ନ ଥିବା କ୍ଷୋଭର ସହ କହିଛନ୍ତି ।

ଚୀନ ମିଡିଆ ଏହାକୁ ନାଗରିକ ଆନ୍ଦୋଳନ ବୋଲି କହିଛି । ସାଧାରଣ ଜନତା ଏପରି ଲକଡାଉନ କଟକଣାରେ ଅତିଷ୍ଠ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି । ତେବେ ହଠାତ୍ ନାଗରିକ ଅସନ୍ତୋଷ ଏପରି ବିସ୍ଫୋରକ ରୂପ ନେବାର କାରଣ କ’ଣ ହୋଇପାରେ ? ଏମିତିରେ କରୋନକୁ ନେଇ ବିଶ୍ୱ ଦରବାରରେ ଚୀନ ବଦନାମ ହୋଇଛି । ବର୍ତ୍ତମାନ ଲୋକେ ସରକାରଙ୍କ ବିରୋଧରେ ଏପରି କ୍ଷୁବ୍ଧ ହେବାର କାରଣ ହେଉଛି ଏକ ଅଗ୍ନିକାଣ୍ଡ । ସ୍ଥାନୀୟ ଉରମୁକୀ ସହରର ଏକ ୨୧ ମହଲା ବିଶିଷ୍ଟ ଅପାର୍ଟମେଣ୍ଟରେ ନିଆଁ ଲାଗି ଯାଇଥିଲା । ଏଥିରେ ୧୦ ଜଣ ଜୀବନ୍ତ ଜଳି ଯାଇଥିଲେ । ତେବେ ଏହି ଆପାର୍ଟମେଣ୍ଟରେ ଅନେକ କରୋନା ରୋଗୀ ଥିଲେ । ଯଦି କରୋନା କଟକଣା ନ ଥାନ୍ତା ତେବେ ଏହି କୋଠାରେ ଏତେ ସଂଖ୍ୟକ ଲୋକ ନ ଥାନ୍ତେ ଏବଂ ଉଦ୍ଧାର କାର୍ଯ୍ୟରେ ବି ଏତେ ଅବହେଳା କରାଯାଇ ନ ଥାନ୍ତା । ଠିକ ସମୟରେ ଉଦ୍ଧାର କରା ନ ଯିବାରୁ ଏମାନେ ଛଟପଟ ହୋଇ ଏମିତି ଜୀବନ୍ତ ଦଗ୍ଧ ହୋଇଗଲେ ବୋଲି ପ୍ରଦର୍ଶନକାରୀ ଅଭିଯୋଗ କରିଛନ୍ତି । ଏପରିକି ପ୍ରଦର୍ଶନକାରୀ ଆହୁରି ଅଭିଯୋଗ କରିଛନ୍ତି ଯେ, ଅନେକ ଉଦ୍ଧାର କରିବାକୁ ଯିବାକୁ ଚାହିଁଥିଲେ । ହେଲେ ପୋଲିସ କରୋନ କଟକଣା ବାହାନା ଦେଖାଇ ସେମାନଙ୍କୁ ଯିବାକୁ ଦେଇ ନ ଥିଲା ।

ଘଟଣା ସେତିକିରେ ସରି ନ ଥିଲା । ଗୁରୁତର ବ୍ୟକ୍ତିଙ୍କୁ ମଧ୍ୟ ଲକଡାଉନ ଯୋଗୁ ଡାକ୍ତରଖାନା ନିଆଯାଇ ପାରି ନ ଥିଲା । ଚୀନ ସୋସିଆଲ ମିଡିଆରେ ଏହି ଖବର ପ୍ରଚାର ହେବା କ୍ଷଣି ଅସନ୍ତୋଷ ଓ ବିରୋଧ  ନିଆଁ ପରି ମାଡି ଯାଇଥିଲା  ଯାହାର ରୂପ ରାଜରାସ୍ତାରେ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.