Latest Odisha News

BREAKING NEWS

ବିଜୟଙ୍କ ମାଷ୍ଟର ଫିଲ୍ମ ଦେଖିବା ପାଇଁ ସିନେମା ହଲ ନିକଟରେ ପ୍ରବଳ ଭୀଡ, କରୋନା ଭୟ ବି ଛାଡିଗଲା

ଚେନ୍ନାଇ: ଦକ୍ଷିଣ ଭାରତର ସୁପରଷ୍ଟାର ବିଜୟଙ୍କ ଅଭିନୀତ ତାମିଲ ଆକ୍ସନ ଡ୍ରାମା ମାଷ୍ଟର ବୁଧବାର ବିଭିନ୍ନ ସିନେମା ହଲରେ ରିଲିଜ ହୋଇଛି । ଏହି ଫିଲ୍ମକୁ ଦେଖିବା ପାଇଁ ଗତକାଲି ରାତିରୁ ହଲ ଆଗରେ ପ୍ରବଳ ଭୀଡ ଏକତ୍ର ହୋଇଥିଲେ । ଏପରି କି ଫିଲ୍ମ ନିଶାରେ କରୋନା ଭୟ ସମସ୍ତଙ୍କ ଛାଡି ଯାଇଥିଲା । ସୋସିଆଲ ଡିଷ୍ଟାନ୍ସ, ମାସ୍କ ପିନ୍ଧିବା ସବୁ କିଛି ଫୁ… ହୋଇ ଯାଇଥିଲା ।

ବିଜୟ ଓ ବିଜୟ ସେତୁପତି ଅଭିନୀତ ମାଷ୍ଟର ତେଲୁଗୁ, ତାମିଲ ଓ କନ୍ନଡ ଭାଷାରେ ରିଲିଜ ହୋଇଛି । ଲୋକେଶ କନଗାରାଜ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ୧୪ ଜାନୁୟାରୀ ଏହା ହିନ୍ଦୀ ଭାଷାରେ ରିଲିଜ ହେବ । ମାଳବିକା ମୋହନତ, ଶାନ୍ତୁନୁ ଭାଗ୍ୟରାଜ, ଅର୍ଜୁନ ଦାସ ଓ ନସରଙ୍କ ପରି ପ୍ରତିଷ୍ଠିତ କଳାକାର ଏଥିରେ ଅଭିନୟ କରୁଛନ୍ତି ।

Leave A Reply

Your email address will not be published.