Latest Odisha News

BREAKING NEWS

ପୁରୀ ଟ୍ରିପଲ୍ ମର୍ଡର ଘଟଣା: ମାଷ୍ଟରମାଇଣ୍ଡ ସମେତ ୬ ଗିରଫ

ପୁରୀ: ପୁରୀ ସତ୍ୟବାଦୀ ଥାନା ଅନ୍ତର୍ଗତ ସଦାନନ୍ଦ ଗ୍ରାମ ନିକଟସ୍ଥ ପଟ୍ଟନାୟକିଆ ଛକ ଜାତୀୟ ରାଜପଥରେ ୨ ଦିନ ପୂର୍ବରୁ ଘଟିଥିବା ଟ୍ରିପଲ୍ ମର୍ଡ଼ର୍ ଘଟଣାରେ ପୋଲିସ ମଙ୍ଗଳବାର ଦିନ ମାଷ୍ଟରମାଇଣ୍ଡ ସମେତ ୬ ଜଣକୁ ଗିରଫ କରିଛି ।

ଏସମ୍ପର୍କରେ ପୋଲିସ ଡିଜି ଆରପି ଶର୍ମା ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ରବିବାର ଅପରାହ୍ନରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କୁ କିଛି ଅଜଣା ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରି ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା । ଏହି ହତ୍ୟା ଘଟଣାରେ ଗୋଟିଏ ପରିବାରର ତିନିଜଣ ମୃତକ ହେଲେ କୃଷ୍ଣ ବେହେରା, ପଞ୍ଚୁ ବେହେରା ଏବଂ ପୂର୍ଣ୍ଣ ବେହେରା ।

Leave A Reply

Your email address will not be published.