Latest Odisha News

BREAKING NEWS

ମୁମ୍ବାଇରେ ଭୁଷୁଡିଲା ୮୦ ବର୍ଷର ପୁରୁଣା କୋଠା, ୪୦ରୁ ଅଧିକ ମୃତ ଆଶଙ୍କା

ମୁମ୍ବାଇ: ମୁମ୍ବାଇର ଡୋଙ୍ଗ୍ରି ଅଞ୍ଚଳରେ ୪ ମହଲା କୋଠା ଭୁଶୁଡିବା ଫଳରେ ଅନେକ ବ୍ୟକ୍ତି ଭଗ୍ନାବଶେଷ ତଳେ ଦବି ରହିଥିବା ନେଇ ଜଣାପଡିଛି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ସୁତ୍ରରୁ ପ୍ରକାଶ ଯେ ଡୋଙ୍ଗ୍ରିର ତାଣ୍ଡେଲ ଗଳିରେ ଥିବା କେଶରବାଇରେ ଥିବା ଏକ ୪ ମହଲା କୋଠା ଭୁଷୁଡି ପଡିଛି । ଫଳରେ ଭଗ୍ନାବଶେଷ ତଳେ ପାଖାପାଖି ୪୦ରୁ ୫୦ ଜଣ ବ୍ୟକ୍ତି ଚାପି ହୋଇଯାଇଥିବା ବେଳେ ଏହି କୋଠାଟି ପାଖାପାଖି ୮୦ ବର୍ଷର ପୁରୁଣା ହୋଇଥିବା ନେଇ ଜଣାପଡିଛି ।

ଅନ୍ୟପକ୍ଷରେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ସହ ଅଗ୍ନିଶମ ବିଭାଗ ଓ ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଉକ୍ତସ୍ଥାନଟି ସଂଙ୍କୀର୍ଣ୍ଣ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ସାମାନ୍ୟ ବାଧାପ୍ରାପ୍ତ ହେଉଥିବା ନେଇ ସୂଚନା ମିଳିଛି ।

Comments are closed.