Latest Odisha News

BREAKING NEWS

ବେଆଇନ ବନ୍ଧୁକ ଗୁଳି କାରବାରର ମାଷ୍ଟର ମାଇଣ୍ଡ ଗିରଫ, ନିଜେ ଲାଇସେନ୍ସ ବନ୍ଧୁକ ରଖି ଶିକାରୀଙ୍କୁ ବିକୁଥିଲା ଗୁଳି

ମୟୁରଭଞ୍ଜ: ଲାଇସେନ୍ସ ପ୍ରାପ୍ତ ବନ୍ଧୁକଧାରୀଙ୍କ ଗୁଳି ବେପାର। ନିଜେ ଲାଇସେନ୍ସରେ ବନ୍ଧୁକ ରଖି ଶିକାରୀଙ୍କୁ ଯୋଗାଉଥିଲେ ଗୁଳି। ଏହି ବେଆଇନ ବନ୍ଧୁକ ଗୁଳି କାରବାରର ମୁଖ୍ୟ ଆସାମୀକୁ ଗିରଫ କରିଛି ପୋଲିସ। ଗିରଫ ଅପରାଧୀ ଜଣକ ହେଲେ ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅଧିନ ଧୋବଣୀଶୋଳ ଗାଁର ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ଗିରିଙ୍କ ପୁଅ ଚିତ୍ତରଞ୍ଜନ ଗିରି(୬୨ ବର୍ଷ)।

୨୦୧୫ରୁ ୨୦୨୫ ମଧ୍ୟରେ ନିଜ ବନ୍ଧୁକ ନାଁରେ କିଣିଛନ୍ତି ୯୫୪ଟି ଗୁଳି। ଶିକାରୀଙ୍କୁ ଗୁଳି ବିକ୍ରି କରି ରୋଜଗାର କରୁଥିଲେ ଟଙ୍କା । ୨୦୨୩ ମସିହାରେ ଶିମିଳିପାଳ ଜାତୀୟ ଉଦ୍ୟାନରେ ଘଟିଥିବା ଏକ ବନ୍ୟଜନ୍ତୁ ଶିକାର ଘଟଣାରେ ଗିରଫ କରାଯାଇଥିବା ୩ଜଣ ଶିକାରୀଙ୍କ ବୟାନକୁ ଆଧାର କରି ଏହି ଗୁଳି ବ୍ୟବସାୟୀକୁ ଗିରଫ କରିବାରେ ସଫଳ ହୋଇଛି ବାଙ୍ଗିରିପୋଷି ପୋଲିସ।

ବାଙ୍ଗିରିପୋଷି ଆଇଆଇସି ବୀରେନ୍ଦ୍ର ସେନାପତି ସଦଳବଳେ ତାଙ୍କ ଘରେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲେ। ତାଙ୍କ ଘର ତଲାସୀ ବେଳେ ତାଙ୍କର ଏକ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ(ମେଡ଼ ଇନ ଇଂଲଣ୍ଡ) ସହ ଚାରିଟି ଜୀବନ୍ତ ଗୁଳି ଜବତ କରାଯାଇଛି। ଏହା ସହ ସେ ବାଲେଶ୍ୱର, କଟକ, ଭୁବନେଶ୍ୱର, ମେଦିନାପୁରର ଲାଇସେନ୍ସ ପ୍ରାପ୍ତ ଦୁକାନରୁ ୩୫ ଟି ରସିଦ ଦ୍ୱାରା ୯୫୪ରୁ ଉର୍ଦ୍ଧ୍ୱ ଗୁଳି କିଣିଥିବା ବେଳେ ସେ ସବୁର ରସିଦକୁ ଜବତ କରିଛି ପୋଲିସ। ଅଭିଯୁକ୍ତ ଚିତ୍ତରଞ୍ଜନ ଏତେ ପରିମାଣର ଗୁଳି ସବୁ କିଣି ଶିକାରୀଙ୍କୁ ବିକୁଥିଲା ଏବଂ ସେହି ଗୁଳିରେ ଶିକାରୀ ମାନେ ଶିମିଳିପାଳ ଅଭୟାରଣ୍ୟରେ ବନ୍ୟପ୍ରାଣୀ, ଜୀବଜନ୍ତୁ ଶିକାର କରୁଥିଲେ ।

Comments are closed.