Latest Odisha News

BREAKING NEWS

ବର୍ଷା ଯୋଗୁ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ବାତିଲ

ଧର୍ମଶାଲା: ବର୍ଷା ଗୁରୁବାର କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି । ଏଠାରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ବର୍ଷା ଯୋଗୁ ବାତିଲ ହୋଇଛି । ଗୋଟିଏ ବି ବଲ ଖେଳାଯିବା ସମ୍ଭବପର ନ ଥିଲା । ମ୍ୟାଚ ଆରମ୍ଭ ପୂର୍ବରୁ ବର୍ଷା ହେବା ଯୋଗୁ ସମସ୍ତ କ୍ରିକଟପ୍ରେମୀ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥିଲେ ।

ପରେ ସନ୍ଧ୍ୟା ବେଳେ ଏ ନେଇ ଚୂଡାନ୍ତ ନିଷ୍ପତି ନିଆଯିବା ଥିଲା । ସେହି ସମୟରେ ପୁନର୍ବାର ଝିପି ଝିପି ବର୍ଷା ହେବାକୁ ଏହାକୁ ବାତିଲ କରି ଦିଆ ଯାଇଥିଲା । ରବିବାର ଲକ୍ଷ୍ନୌରେ ଦ୍ୱିତୀୟ ଦିନିକିଆ ଖେଳାଯିବ ।

Leave A Reply

Your email address will not be published.