କଟକ: କଟକ ସହର ଯେତିକି ପୁରୁଣା, ଏହାର ଐତିହ୍ୟ ଓ ପରମ୍ପରା ମଧ୍ୟ ସେତିକି ସମୃଦ୍ଧ । ରୌପ୍ୟ ନଗରୀ ସହର କଟକର ରହିଛି ଅନେକ ପରମ୍ପରା । ବିଶେଷକରି ଦଶହରାକୁ ନେଇ ଅନେକ ଇତିହାସ ରହିଛି । ଚାନ୍ଦିମେଢ଼ ଏହାର ଏକ ଜ୍ବଳନ୍ତ ଉଦାହରଣ । ଏପଟେ ଦିନକୁ ଦିନ କଟକ ସହରରେ ଚାନ୍ଦିମେଢ଼ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କଟକ ସହରର ଚାନ୍ଦି ମେଢ଼ କ୍ଲବ୍ରେ ସାମିଲ ହେଲା ଚୌଧୁରୀ ବଜାର ଗୋପାଳ ଜୀଉ ଲେନ୍ ମଠ ସାହିର ନବ ନିର୍ମିତ ଚାନ୍ଦି ମେଢ଼ । ସାହିର ହର ପାର୍ବତୀଙ୍କ ମେଢ଼ରେ ଏହି ଚାନ୍ଦି ମେଢ଼ରେ ପ୍ରାୟ ୯୦ କିଲୋରୁ ଉର୍ଦ୍ଧ୍ବ ଚାନ୍ଦି ବ୍ୟବହାର ହୋଇଛି ।
ଆନୁଷ୍ଠାନିକ ଭାବରେ ରବିବାର ଶାନ୍ତି କମିଟି, ପୂଜା କମିଟି ପୂର୍ବତନ ବିଧାୟକ, ସ୍ଥାନୀୟ କର୍ପୋରେଟର ଓ ସାହି ବାସିନ୍ଦାଙ୍କ ଉପସ୍ଥିତିରେ ଚାନ୍ଦି ମେଢ଼ର ଉଦ୍ଘାଟନ କରାଯାଇଥିଲା ।
ଏପଟେ କଟକ ସହରର ପଶ୍ଚିମ ପଟ ବାମ୍ଫି ସାହିର କୁମ୍ଭାର ସାହିର ହର ପାର୍ବତୀଙ୍କ ପିତ୍ତଳ ମେଢ଼ର ଶୁଭ ଉଦ୍ଘାଟନ କରାଯାଇଛି । ୧୫୦ କେଜି ପିତ୍ତଳ ଲାଗିଥିବା ବେଳେ ପଖାପାଖି ୮ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ।
ସୂଚନାଥାଉକି, ୧୯୫୬ ମସିହାରେ ସର୍ବଭାରତୀୟ ସ୍ତରରେ ଚୌଧୁରୀ ବଜାର ପୂଜା ମଣ୍ଡପ ପକ୍ଷରୁ ଅଢେଇ କ୍ୱିଣ୍ଟାଲରେ ଚାନ୍ଦି ମେଢ ହୋଇଥିଲା । ବିଗତ କିଛି ବର୍ଷହେବ ଏହି ମଣ୍ଡପରେ ମା’ଙ୍କୁ ଚାନ୍ଦି ସମେତ କିଲୋ କିଲୋ ସୁନା ଅଳଙ୍କାରରେ ଆଭୂଷିତ କରାଯାଉଛି । ମା’ଙ୍କ କାମ ପାଇଁ ଛଅ ମାସରୁ ଏକ ବର୍ଷ ଲାଗିଯାଏ ମେଢ କାମ ।
Comments are closed.