Latest Odisha News

BREAKING NEWS

ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲେ ୨ କର୍ମଚାରୀ

ଲକ୍ଷ୍ନୌ: ହୋଟେଲର ଷ୍ଟୋରରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲେ ୨ କର୍ମଚାରୀ । ଉତ୍ତରପ୍ରଦେଶର ମଥୁରାର ବୃନ୍ଦାବନ ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ଏହି ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ସୂଚନା। ଏହି ଅଗ୍ନିକାଣ୍ଡରେ ହୋଟେଲର ଦୁଇ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କର୍ମଚାରୀମାନେ ଗୁରୁତର ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ହୋଟେଲର ଉପର ହମଲାରେ ଥିବା ଷ୍ଟୋର୍ ରୁମ୍‌ରେ ଏହି ନିଆଁ ଲାଗିଥିଲା। ଫଳରେ ଦୁଇ ଜଣ କର୍ମଚାରୀ ଫସି ଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି। ଏନେଇ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

 

Leave A Reply

Your email address will not be published.