Latest Odisha News

BREAKING NEWS

ଆଜି ବାଜିବ ଗୁଜରାଟ ବିଗୁଲ୍

ଗୁଜରାଟ: ବାଜିବ ଗୁଜରାଟ ବିଗୁଲ୍ । ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ହେବ ତାରିଖ ଘୋଷଣା । ମଧ୍ୟାହ୍ନରେ ନିର୍ବାଚନ କମିଶନ କରିବେ ପ୍ରେସମିଟ । ଆଜି ତାରିଖ ଘୋଷଣା ନେଇ ପୂର୍ବରୁ ନିର୍ବାଚନ କମିଶନ ପ୍ରେସମିଟ୍ ଜରିଆରେ ସୂଚନା ଦେଇଥିଲେ ।

ଏଥର ବି ୨ଟି ପର୍ଯ୍ୟାୟରେ ନିର୍ବାଚନ ହୋଇପାରେ । ଡିସେମ୍ୱର ପ୍ରଥମ ସପ୍ତାହରେ ମତଦାନ ହେବା ସମ୍ଭାବନା ରହିଛି । ଚଳିତ ନିର୍ବାଚନରେ ଆପ୍ ମଧ୍ୟ ଜିତିବା ପାଇଁ ଜୋରଦାର ପ୍ରୟାସ କରିବ ।
ଗୁଜରାଟରେ ୧୯୯୫ରୁ ହିଁ ବିଜେପି କ୍ଷମତାରେ ରହିଛି । କଂଗ୍ରେସ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହୋଇଥିବା ବେଳେ ଏଥର ଅରବିନ୍ଦ କେଜରିଓ୍ୱାଲ ଆମ୍ ଆଦମୀ ପାର୍ଟି ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ୧୮୨ ଆସନ ପାଇଁ ଗୁଜରାଟରେ ହେବା ଭୋଟ୍ । ଡିସେମ୍ୱର ୮ ତାରିଖରେ ହିମାଚଳ ପ୍ରଦେଶ ସହ ଫଳାଫଳ ପ୍ରକାଶ ପାଇପାରେ ।

୨୦୧୭ ନିର୍ବାଚନରେ ବିଜେପି ୯୯ ଆସନରେ ବିଜୟୀ ହୋଇଥିଲା । କଂଗ୍ରେସ ୭୯ ଆସନ ହାତେଇଥିଲା । ୪ ଟି ଆସନ ଅନ୍ୟାନ୍ୟ ଦଳକୁ ମିଳିଥିଲା । କଂଗ୍ରେସ ପରାଜୟ ବରଣ କରିଥିଲେ ମଧ୍ୟ ୩୦ ବର୍ଷ ମଧ୍ୟରେ ଏହା ସର୍ବାଧିକ ଫଳାଫଳ ହୋଇଥିଲା ।
ଗୁଜରାଟର ଚଳିତ ବିଧାନସଭା କାର୍ଯ୍ୟକାଳ ୨୦୨୨ ଫେବୃଆରୀ ୧୮ତାରିଖରେ ଶେଷ ହେବ ।

 

 

Leave A Reply

Your email address will not be published.