ଗଞ୍ଜାମ: ବ୍ରହ୍ମପୁର ନିକଟସ୍ଥ କୁକୁଡାଖଣ୍ଡି ବ୍ଲକର ମାଟିଆ ସାହି ଗାଁକୁ କରୋନା ହଟସ୍ପଟ ଘୋଷଣା କଲା ଜିଲ୍ଲା ପ୍ରଶାସନ । ଭୁବନେଶ୍ୱରର ସଂକ୍ରମିତ ଅଂଚଳରୁ ଏହି ମାଟିଆ ସାହି ଗାଁକୁ ୧୩୦ଜଣ ଶ୍ରମିକ ଯାଇଛନ୍ତି । ଏହି ଘଟଣା ପ୍ରଶାସନର ନଜରକୁ ଆସିବା ପରେ ମାଟିଆ ସାହି ଗାଁକୁ ସମ୍ପୁର୍ଣ୍ଣ ଲକ-ଡାଉନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗାଁକୁ ପ୍ରବେଶ ଓ ବାହାରିବା ଉପରେ କଟକଣା ଲଗାଯାଇଛି । ଏନେଇ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଗୋଳନ୍ଥରା ଆଇଆଇସି ଅସ୍ଥାୟୀ ଚେକପୋଷ୍ଟ ନିର୍ମାଣ କରି ଗାଁକୁ ପ୍ରବେଶ ଏବଂ ବାହାରିବା ଉପରେ ପୁରା ନଜର ରଖିଛନ୍ତି । ଏଥିସହ କୁକୁଡାଖଣ୍ଡିର ଅତିରିକ୍ତ ତହସିଲଦାରଙ୍କୁ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଭାବେ ଦାୟିତ୍ୱ ଦିଆଯାଇଛି । କୁକୁଡାଖଣ୍ଡିର ତହସିଲଦାର ଏହି ସମ୍ପୁର୍ଣ୍ଣ ଲକ-ଡାଉନ ଉପରେ ନଜର ରଖିଛନ୍ତି ।
BREAKING NEWS
- Atal Van’ at Lok Bhavan: ଲୋକଭବନରେ ‘ଅଟଳ ବନ’କୁ ଉଦଘାଟନ କଲେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ
- ହୋଟେଲ ଭିତରେ କରୁଥିଲେ କାମ,ପଶି ଆସିଲା ଟ୍ରାକ୍ଟର;ଚାଲିଗଲା ୨ଜଣଙ୍କ ଜୀବନ
- ଆକଳନଠାରୁ କମ୍ ବିଡିଂ ମେମୋର ପୁନଃବିଚାର ପାଇଁ ଦାବି
- ଋଷ ତୈଳ ଟ୍ୟାଙ୍କରକୁ କବଜା କଲା ଆମେରିକା!
- ଚାଲାଣ ଥିଲେ ପଲ୍ୟୁସନ ସାର୍ଟିଫିକେଟ ନ ମିଳିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବେଆଇନ;ବିଜୁ ଯୁବ ଛାତ୍ର ଜନତା ଦଳର ଆନ୍ଦୋଳନ ଡାକରା
- ଧୂରନ୍ଧର ଅକ୍ଷୟ ଖାଆନ୍ତି ନାହିଁ ଜଳଖିଆ
- ବେକରେ ବିରଳ ସାପ ଧରି ବୁଲୁଥିଲେ ଯୁବକ, ଖାଇଲେ ଚୋଟ
- ଜାନୁଆରୀ ୯ରୁ ଭୁବନେଶ୍ୱରରେ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ
- ବିଦେଶୀ ଶିକ୍ଷାର୍ଥୀଙ୍କୁ ଆକୃଷ୍ଟ କରିବାରେ କିଟ୍ ଦେଶର ୫ମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ
- Scbରେ ଅଘଟଣ; ସିଲିଂ ଖସି ରୋଗୀ ଆହତ
Comments are closed.