କଟକ: ବୋର୍ଡ ୱେବ୍ସାଇଟ୍ରେ ଉପଲବ୍ଧ ହେଲା ମାଟ୍ରିକ୍ ଆଡମିଟ୍ କାର୍ଡ। ୨୧ ତାରିଖରୁ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷାର ଆଡମିଟ୍ କାର୍ଡ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ୱେବ୍ସାଇଟ୍ରେ ଉପଲବ୍ଧ ରହିଛି। ପରୀକ୍ଷାର୍ଥୀମାନେ ସେମାନଙ୍କ ଆଡମିଟ୍ କାର୍ଡ ବୋର୍ଡ ୱେବ୍ସାଇଟ୍ରୁ ଡାଉନ୍ଲୋଡ୍ କରିପାରିବେ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି।
ସେହିପରି ଷ୍ଟେଟ୍ ଓପନ ସ୍କୁଲ୍ ସାର୍ଟିଫିକେଟ୍ (ଏସ୍ଓଏସ୍ସି), ମଧ୍ୟମା ଓ ହାଇସ୍କୁଲ୍ ପତ୍ର ବିନିମୟ ପରୀକ୍ଷାର୍ଥୀମାନଙ୍କ ଆଡମିଟ୍ କାର୍ଡ ମଧ୍ୟ ବୋର୍ଡ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି। ଆସନ୍ତା ୨୧ରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ (ଏସ୍ଓଏସ୍ସି) ଓ ମଧ୍ୟମା ପରୀକ୍ଷା ମଧ୍ୟ ଏକସଙ୍ଗରେ ଅନୁଷ୍ଠିତ ହେବ।
ଚଳିତ ବର୍ଷ ରାଜ୍ୟରେ ୫ ଲକ୍ଷ ୧୦ ହଜାର ୭୭୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ୍ ପରକ୍ଷା ଦେବା ଲାଗି ଆବେଦନ କରିଛନ୍ତି। ଏସ୍ଓଏସ୍ସି ପରୀକ୍ଷା ପାଇଁ ୭୮୩୧ ଜଣ ଓ ମଧ୍ୟମା ପରୀକ୍ଷା ପାଇଁ ୩ ହଜାର ୭୯୨ ଜଣ ଆବେଦନ କରିଥିବା ସୂଚନା ମିଳିଛି। ଏସବୁ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ ରହିଛି।
Comments are closed.