Latest Odisha News

BREAKING NEWS

ମାଟ୍ରିକ ପରୀକ୍ଷା ପାଇଁ ଆସନ୍ତା ୧୦ ତାରିଖରୁ ଫର୍ମ ପୂରଣ, କେବଳ ଅନଲାଇନ୍

କଟକ: ମାଟ୍ରିକ ପରୀକ୍ଷା ପାଇଁ ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ଫର୍ମ ପୂରଣ । ଅନଲାଇନ ମାଧ୍ୟମରେ ହେବ ପୁରା ପ୍ରକ୍ରିୟା । ଏନେଇ ମାଧ୍ୟମିକ ଶିକ୍ଷା ପରିଶଦ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ବିନା ଜରିମାନା ସହ ଜାନୁଆରୀ ୨୮ ମଧ୍ୟରାତ୍ରି ସୁଦ୍ଧା ଫର୍ମ ପୂରଣ କରି ପାରିବେ ଛାତ୍ରଛାତ୍ରୀ । ଏଥିପାଇଁ ଫସି ଦାଖଲର ଶେଷ ତାରିଖ ୨୭ ତାରିଖ ।

ସେହିପରି ଜରିମାନା ସହ ଫର୍ମ ଦାଖଲର ଶେଷ ତାରିଖ ହେଉଛି ୨ ଫେବୃଆରୀ ମଧ୍ୟରାତ୍ରି । ଏଥିପାଇଁ ଫେବ୍ରୁଆରୀ ୧ ତାରିଖ ମଧ୍ୟରାତ୍ରି ସୁଦ୍ଧା ଫିସ୍ ଦାଖଲ କରିବେ ଛାତ୍ରଛାତ୍ରୀ । ଆସନ୍ତା ମେ ୩ ତାରିଖରୁ ମାଟ୍ରିକ ବୋର୍ଡ ପରୀକ୍ଷା ଆରମ୍ଭ ହେବ । ମେ ୧୫ ତାରିଖ ଯାଏ ଚାଲିବ ।

କରୋନା ଯୋଗୁ ଏବର୍ଷ ମାଟ୍ରିକ ପରୀକ୍ଷାରେ ବିଳମ୍ବ ହୋଇଛି । ମାର୍ଚ୍ଚ ମାସରୁ ସ୍କୁଲ ବନ୍ଦ ରହିଥିଲା । ଆଶନ୍ତା ୮ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ସ୍କୁଲ । ଶହେ ଦିନ କ୍ଲାସ ପରେ ପରୀକ୍ଷା ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.