Latest Odisha News

BREAKING NEWS

ମେ’ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଫଳାଫଳ, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ୱର : ମେ’ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଫଳାଫଳ । ଏନେଇ ବୁଧବାର ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ଖାତା ଦେଖା ଶେଷ ହୋଇ ଟାବୁଲେସନ୍ ଆରମ୍ଭ ହୋଇସାରଛି ଏବଂ ବୋର୍ଡ ପକ୍ଷରୁ ଫଳାଫଳ ଘୋଷଣ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟର ପହଁଚିଛି । ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ ତାରିଖ ଘୋଷଣା କରାଯାଇ ନାହିଁ, ତଥାପି ମେ’ମାସ ଶେଷ ସୁଦ୍ଧା ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଆଶା ରହିଛି ।

ସୂଚନାଯୋଗ୍ୟ, ଏପ୍ରିଲ୍ ୩ତାରିଖରୁ ଆରମ୍ଭ ହୋଇଥିଲା ଖାତା ଦେଖା । କଟକ ଜିଲ୍ଲାରେ ସର୍ବାଧିକ ୬ଟି ମୂଲ୍ୟାୟନ କେନ୍ଦ୍ର ହୋଇଛି। ମୂଲ୍ୟାୟନ କେନ୍ଦ୍ରରେ ନିୟୋଜିତ ଶିକ୍ଷକ, ଶିକ୍ଷୟତ୍ରୀ ଗୋଟିଏ ଦିନରେ ସର୍ବାଧିକ ୩୦ରୁ ୩୫ଟି ଖାତା ଦେଖିପାରିବେ। ବାକି ୪ଟି ବିଷୟରେ ମୂଲ୍ୟାୟନକାରୀ ସର୍ବାଧିକ ୫୦ରୁ ୫୫ ଉତ୍ତର ଖାତା ଦେଖିପାରିବେ।

ମୂଲ୍ୟାୟନ କେନ୍ଦ୍ରକୁ ମୋବାଇଲ ବାରଣ ରହିଛି। ସେହିପରି ମୂଲ୍ୟାୟନ କେନ୍ଦ୍ରରେ ବୋର୍ଡ ପକ୍ଷରୁ କ୍ୟାଣ୍ଟିନ ବ୍ୟବସ୍ଥା କରାଯାଇଛି। ଖାତା ଦେଖା ପ୍ରକ୍ରିୟାରେ ବୋର୍ଡ ପକ୍ଷରୁ ୧୩ ହଜାର କର୍ମଚାରୀ ନିୟୋଜିତ ହୋଇଛନ୍ତି। ସେଥିମଧ୍ୟରୁ ପ୍ରାୟ ୧୨ ହଜାର ୪ଶହ ଶିକ୍ଷକ ଓ ଶିକ୍ଷୟିତ୍ରୀ ରହିଛନ୍ତି। ସେହିପରି ମୂଲ୍ୟାୟନ ପ୍ରକ୍ରିୟାକୁ ଯାଞ୍ଚ କରିବା ପାଇଁ ୬ ଶହ ଜଣ ବୋର୍ଡ ଦ୍ବାରା ନିୟୋଜିତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଏଥର ରେଗୁଲାର, ଏକ୍ସ ରେଗୁଲାର ସହ ଏସଓଏସସି ଓ ମଧ୍ୟମା ପରୀକ୍ଷାକୁ ମିଶାଇଲେ ରାଜ୍ୟରେ ୫ ଲକ୍ଷରୁ ଅଧିକ ପରୀକ୍ଷା ଦେଇଥିଲେ। ୩ ହଜାର ୨୧୮ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ହୋଇଥିଲା।

Comments are closed.