Latest Odisha News

BREAKING NEWS

ମାଟ୍ରିକ ସମେଟିଭ୍-୧ ପରୀକ୍ଷା, ଆଜିଠୁ ପରୀକ୍ଷାର୍ଥୀଙ୍କୁ ମିଳିବ ଆଡ଼ମିଟ୍ କାର୍ଡ଼

କଟକ: ଆସନ୍ତା ୫ତାରିଖରୁ ଆରମ୍ଭ ହେବ ମାଟ୍ରିକ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା । ପରୀକ୍ଷା ପାଇଁ ଆଜିଠୁ ପରୀକ୍ଷାର୍ଥୀ ଆଡ଼ମିଟ୍ କାର୍ଡ଼ ପାଇପାରିବେ । ବୋର୍ଡ଼ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର ବିଭିନ୍ନ ପରୀକ୍ଷା ସେଣ୍ଟରଗୁଡ଼ିକୁ ଆଡ଼ମିଟ୍ କାର୍ଡ଼ ପଠାଇ ଦିଆଯାଇଛି । ଏହାସହ ପରୀକ୍ଷାର୍ଥୀ ଚାହିଁଲେ ବୋର୍ଡ଼ ୱେବସାଇଟରୁ ନିଜର ଆଡ଼ମିଟ୍ କାର୍ଡ଼ ଡ଼ାଉନଲୋଡ଼ କରିପାରିବେ । ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ପରୀକ୍ଷା ସେଣ୍ଟରରୁ ପରୀକ୍ଷାର୍ଥୀଙ୍କ ଆଡ଼ମିଟ୍ କାର୍ଡ଼ ନେଇ ନିଜ ବିଦ୍ୟାଳୟରେ ବାଣ୍ଟିପାରିବେ ।

ଆସନ୍ତାକାଲିଠୁ ନୋଡ଼ାଲ ସେଣ୍ଟରଗୁଡ଼ିକୁ ପ୍ରଶ୍ନପତ୍ର ପଠାଯିବ । ପ୍ରଶ୍ନପତ୍ର ପହଞ୍ଚିବା ପରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ରଖାଯିବ । ଏଥିପାଇଁ ସେଣ୍ଟର ଅଧିକାରୀମାନେ ପୋଲିସର ସହାୟତା ନେବାକୁ ନିର୍ଦ୍ଦେଶ ରହିଛି । କୋଭିଡ଼ କଟକଣାରେ ହେବାକୁ ଥିବା ପରୀକ୍ଷା ପରିଚାଳନାରେ କିପରି ସ୍ୱଚ୍ଛତା ବଜାୟ ରହିବ ସେନେଇ ଜିଲ୍ଲାପାଳମାନଙ୍କୁ ଚିଠି ପ୍ରଦାନ କରାଯାଇଛି ।

ନୂଆ ଢ଼ାଞ୍ଚାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହେବ । ରାଜ୍ୟରେ ବିଦ୍ୟାଳୟର ୫ଲକ୍ଷ ୭୧ହଜାର ୯୩୫ଜଣ ଛାତ୍ରଛାତ୍ରୀ ସମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା ଦେେବେ ।

Leave A Reply

Your email address will not be published.