Latest Odisha News

BREAKING NEWS

ସୌରଭ ଗାଙ୍ଗୁଲିଙ୍କୁ କରୋନା

କୋଲକାତା: ବିସିସିଆଇ ଅଧ୍ୟକ୍ଷ ତଥା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ କରୋନା । ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି କୋଭିଡ୍ ଟେଷ୍ଟ କରାଇଥିଲେ ଗାଙ୍ଗୁଲି । ଏହାପରେ ତାଙ୍କର ରିପୋର୍ଟ ପଜିଟିଭ୍ ବାହାରିଛି ।

ଏହାପରେ ଗାଙ୍ଗୁଲିଙ୍କୁ କୋଲକାତା ସ୍ଥିତି ଉଡଲାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ଚେକ୍ ଅପ୍ କରୁଛନ୍ତି ଡାକ୍ତର । ଏବେ ତାଙ୍କର ନମୁନାକୁ ଜିନୋମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଥିବା ସୂଚନା ମିଳିଛି । ସେ କରୋନା ଟିକାର ଦୁଇଟି ଯାକ ଡୋଜ୍ ନେଇଛନ୍ତି ।

Leave A Reply

Your email address will not be published.