Latest Odisha News

BREAKING NEWS

ଆଜି ମାଟ୍ରିକ ସମ୍ମେଟିଭ ପରୀକ୍ଷା, ଢ଼େଙ୍କାନାଳରେ ୧୭୬୪୭ଜଣ ଛାତ୍ରଛାତ୍ରୀ ଦେଲେ ପରୀକ୍ଷା

କାମାକ୍ଷାନଗର: ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ସମ୍ମେଟିଭ ପରୀକ୍ଷା । ଢ଼େଙ୍କାନାଳ ଜିଲ୍ଲାରେ ୯୬ଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୧୭ହଜାର ୬ଶହ୪୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଏମାନଙ୍କ ମଧ୍ୟରେ ୧୬୭୯୩ଜଣ ରେଗୁଲାର ଏବଂ ୮୫୪ଜଣ ଏକ୍ସରେଗୁଲାର ପରୀକ୍ଷାର୍ଥୀ ରହିଛନ୍ତି ।

କାମାକ୍ଷାନଗର ବ୍ଲକରେ ୧୨, ଭୁବନରେ ୧୧, ପରଜଙ୍ଗରେ ୧୦ ଏବଂ କଙ୍କଡ଼ାହାଡ଼ ବ୍ଲକରେ ୮ଗୋଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା ହୋଇଛି । ପରୀକ୍ଷାର୍ଥୀମାନେ ୨ଟି ସିଟିଂ ଯଥା ସକାଳ ୧୦ଟାରୁ ୧୧ଟା ଓ ଦିନ ୧୨ଟାରୁ ୧ଟା ଯାଏଁ ପରୀକ୍ଷା ହେଉଛି । ୪ଦିନ ଧରି ହେବାକୁ ଥିବା ଏହି ଦଶମ ଶ୍ରେଣୀ ସମ୍ମେଟିଭ ପରୀକ୍ଷାଟି ଛାତ୍ରଛାତ୍ରୀମାନେ ମଲଟିପୁଲ ଚଏସ ବେସଡ଼ ଓଏମଆର ସିଟରେ ୫୦ ମାର୍କର ପରୀକ୍ଷା ଦେବେ । କୋଭିଡ଼ କଟକଣା ଭିତରେ ଥର୍ମାଲ ସ୍କାନିଂ ଏବଂ ସାମାଜିକ ଦୂରତା ଓ ମାସ୍କ ପିନ୍ଧି ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।

Comments are closed.