Latest Odisha News

BREAKING NEWS

ଜାନୁଆରୀ ଶେଷ ଆଡକୁ ଭାରତରେ ଓମିକ୍ରନ୍ ପିକ୍, ଦୈନିକ ସଂକ୍ରମଣ କେତେ ରହିବ ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ କରୋନା ଦେଖାଇଲାଣି ନାଲି ଆଖି । କାୟା ବିସ୍ତାର କରି ଚାଲିଛି । ୨୩ ରାଜ୍ୟରେ ପଶିଲାଣି ଓମିକ୍ରନ୍ । ନୂଆ ଭାରିଆଣ୍ଟ ଯୋଗୁ ସଂକ୍ରମଣ ପୁଣି ଥରେ ଶିଖର ମୁହାଁ ହେଲାଣି । ଜାନୁଆରୀ ଶେଷ କିମ୍ବା ଫେବ୍ରୁଆରୀ ଆରମ୍ଭରେ ଭାରତରେ ଓମିକ୍ରନ୍ ସଂକ୍ରମ ପିକ୍ ଛୁଇଁବ । ପିକ୍ ବେଳେ ସଂକ୍ରମିତଙ୍କ ସଂଖ୍ୟା ଡେଲଟା ଭଳି ରହିବ । ଏଭଳି ପୂର୍ବାନୁମାନ କରିଛନ୍ତି ୟୁନିଭର୍ସିଟି ଅଫ୍ ଓ୍ୱାଂଶିଟନର ଇନିଷ୍ଟିଚ୍ୟୁଟି ଅଫ୍ ହେଲଥ୍ ମେଟ୍ରିକ୍ସ ଏଣ୍ଡ ଇଭାଲ୍ୟୁଏସନ୍(ଓଐଗଋ) ନିର୍ଦ୍ଦେଶକ ଡକ୍ଚର ଖ୍ରୀଷ୍ଟୋଫସ ମୁରେ ।

BjdElectrycity

୨୪ ଘଣ୍ଟାରେ ଦେଶରୁ ୫୮ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡକ୍ଟର ଖ୍ରୀଷ୍ଟୋଫର ମୁରେ କହିଛନ୍ତି, ଦୁଇ ମାସ ଭିତରେ ଓମିକ୍ରନ୍ ସାରା ବିଶ୍ୱରେ ୩୦ ଲକ୍ଷ ଲୋକଙ୍କୁ ସଂକ୍ରମିତ କରି ସାରିଲାଣି । ଭାରତରେ ଡେଲଟା ଓ୍ୱେଭ୍ ଭଳି ବାହାରିବ ଦୈନିକ ଆକ୍ରାନ୍ତ । ଗତବର୍ଷ ଏପ୍ରିଲରେ ଭାରତରେ ଦ୍ୱିତୀୟ ଲହର ପିକ୍ ଛୁଇଁଥିଲା । ସେତେବେଳେ ୪ ଲକ୍ଷ ଟପିଥିଲା ଦୈନିକ କେସ୍ ।

ଖ୍ରୀଷ୍ଟୋଫର ମୁରେ କହିଛନ୍ତି, ଜାନୁଆରୀ ଶେଷ ଓ ଫେବ୍ରୁଆରୀ ମାସ ଆରମ୍ଭରେ ସାରା ବିଶ୍ୱରେ ଦୈନିକ ସଂକ୍ରମଣ ୩ କୋଟି ହୋଇଯାଇପାରେ । ଯାହାକି ଡେଲଟା ସଂକ୍ରମଣଠାରୁ ୩ ଗୁଣା ଅଧିକ । ତେବେ ଆଶ୍ୱସ୍ତିକର କଥା ହେଉଛି, ଓମିକ୍ରନ୍ ଦ୍ରୁତ ସଂକ୍ରାମକ ହୋଇଥିଲେ ବି ହସ୍ପିଟାଲାଇଜେସନ୍ କମ୍ କରୁଛି । ସେହିପରି ମୃତ୍ୟୁସଂଖ୍ୟା ବି ବର୍ତ୍ତମାନ ସୁଦ୍ଧା ଡେଲଟା ତୁଳନାରେ ବହୁତ କମ୍ ।

Leave A Reply

Your email address will not be published.