Latest Odisha News

BREAKING NEWS

ପ୍ରକାଶ ପାଇଲା ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ; ମୋଟ୍ ୭୦.୯୪% ପାସ୍

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ବାର୍ଷିକ ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଗୁରୁବାର ଦିନ ପ୍ରକାଶ ପାଇଛି । ଏଥର ମୋଟ୍ (୧୫,୨୪୪) ପାସ୍ ହାର ୭୦.୯୪ ପ୍ରତିଶତ ରହିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ ଚଳିତ ଥର ଏ ଗ୍ରେଡ ରେ କେହି ପାସ୍ କରିନାହାନ୍ତି। ଏ୨ ଗ୍ରେଡ୍‌ରେ ୧୦ ଜଣ ଓ ବି୧ ଗ୍ରେଡ୍‌ରେ ୧୯୫ ଜଣ ପାସ୍‌, ବି୨ ଗ୍ରେଡ୍‌ରେ ୯୩୦, ସି ଗ୍ରେଡ୍‌ରେ ୧୯୦୨ ପିଲା ପାସ୍‌, ଡି ଗ୍ରେଡ୍‌ରେ ୩୧୪୦ ଓ ଇ ଗ୍ରେଡ୍‌ରେ ୯୦୬୭ ପିଲା, ଏଫ୍ ଗ୍ରେଡ୍‌ରେ ୬୨୧୮ ଜଣ ପାସ୍ କରିଛନ୍ତି।

ପରୀକ୍ଷାର୍ଥୀମାନେ www.bseodisha.ac.in ୱେବସାଇଟରେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ।

ସୂଚନାଯୋଗ୍ୟ, ଚଳିତଥର ସାରା ରାଜ୍ୟରେ ପ୍ରାୟ ୨୧,୪୮୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

Leave A Reply

Your email address will not be published.