Latest Odisha News

୨୧ରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ଵର: ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଜୁଲାଇ ୨୧ ତାରିଖରୁ ଆରମ୍ଭ ହୋଇ ୩୧ ତାରିଖରେ ଶେଷ ହେବ । ୮୩ଟି ପରିକ୍ଷା କେନ୍ଦ୍ରରେ ମୋଟ ୯୭୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏସଓଏସସିରେ ୧୨୧ କେନ୍ଦ୍ରରେ ୨୪,୫୨୦ ପିଲା ପରୀକ୍ଷା ଦେବେ। ଏ ନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉଭୟ ବିଏସଇ ଏବଂ ଏସଓଏସସି ଛାତ୍ରଛାତ୍ରୀମାନେ www.bseodisha.ac.inକୁ ଯାଇ ସେମାନଙ୍କ ଆଡ୍‌ମିଟ୍ କାର୍ଟ ଡାଉନ୍‌ଲୋଡ୍ କରିପାରିବେ।

ସୂଚନାଯୋଗ୍ୟ, ଚଳିତ ବର୍ଷ ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ପାସ୍‌ କରିଥିଲେ ୫ ଲକ୍ଷ ୩୦ ହଜାର ୧୫୩ ଜଣ। ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍‌ ହାର ଅଧିକ ରହିଥିଲା। ଝିଅଙ୍କ ପାସ୍ ହାର ୯୬.୭୩% ରହିଥିବା ବେଳେ ପୁଅଙ୍କ ପାସ୍‌ ହାର ୯୫.୩୯% ରହିଥିଲା।

 

 

Comments are closed.