Latest Odisha News

BREAKING NEWS

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

କଟକ: ଆଜି ପ୍ରକାଶ ପାଇଲା ଦଶମ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ । ଚଳିତ ଥର ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ମୋଟ ୭୯୬ ଜଣ ପିଲା ପରୀକ୍ଷା ଦେଇଥିବାବେଳେ, ସେମାନଙ୍କ ମଧ୍ୟରୁ ୪୪୧ ଜଣ ପାସ୍‌ କରିଛନ୍ତି । ମୋଟ ପାସ୍ ହାର ୫୫.୪ ପ୍ରତିଶତ ରହିଛି ।

ସେହିପରି ଷ୍ଟେଟ ଓପନ୍‌ ସ୍କୁଲ ସାର୍ଟିଫିକେଟ ପରୀକ୍ଷା (ଏସ୍‌ଓଏସ୍‌ସି) ରେଜଲ୍ଟ ମଧ୍ୟ ପ୍ରକାଶ ପାଇଛି । ଏହି ପରୀକ୍ଷା ପାଇଁ ମୋଟ ୧୬ ହଜାର ୯୦୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୯ ହଜାର ୪ ଶହ ୩୫ ଜଣ ପାସ୍ କରିଛନ୍ତି । ଯାହାର ପାସ୍ ହାର ୫୫.୮୭ ପ୍ରତିଶତ ରହିଛି ।

ତେବେ ଛାତ୍ରଛାତ୍ରୀମାନେ ସେମାନଙ୍କ ରେଜଲ୍ଟ ଜାଣିବା ପାଇଁ ବୋର୍ଡ ପକ୍ଷରୁ ଦିଆଯାଇଥିବା ୱେବ ସାଇଟ୍ www.bseodisha.ac.in ଲିଙ୍କରେ ରେଜଲ୍ଟ ଦେଖି ପାରିବେ । ଅପରାହ୍ନ ୪ ଟା ପରଠାରୁ ଏହି ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହୋଇଥିବାବେଳେ, ୱେବସାଇଟରେ ନିଜର ରୋଲ ନମ୍ବର ମାଧ୍ୟମରେ ରେଜଲ୍ଟ ଜାଣିପାରିବେ ।

ସେହିପରି, ଯେଉଁ ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜଲ୍ଟ ନେଇ ସନ୍ତୁଷ୍ଟ ହେବେ ନାହିଁ, ସେମାନେ ରିଚେକିଂ ପାଇଁ ଅଗଷ୍ଟ ୨୭ ତାରିଖରୁ ସେପ୍ଟେମ୍ବର ୫ ତାରିଖ ମଧ୍ୟରେ ଅଫଲାଇନ୍‌ରେ ଆବେଦନ କରିପାରିବେ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ପକ୍ଷରୁ ସୂଚନା ରହିଛି ।

Comments are closed.