Latest Odisha News

BREAKING NEWS

ଗଣଶିକ୍ଷା ବିଭାଗକୁ ଘାରିଲା ମାଟ୍ରିକ୍ ପିଲାଙ୍କ ଚିନ୍ତା: ରାଜ୍ୟ ସରକାର ଆଣିଲେ ‘ଜିରୋ ଏଫ୍ ମିଶନ’

ଭୁବନେଶ୍ୱର: ସରକାରଙ୍କୁ ଘାରିଛି ମାଟ୍ରିକ୍ ପିଲାଙ୍କ ଚିନ୍ତା। ମାଟ୍ରିକ ପରୀକ୍ଷାରେ ଯେଭଳି କୌଣସି ପିଲା ଫେଲ ନହେବେ ସେ ନେଇ ମାର୍ଗଦର୍ଶିକା ଜାରି କରିଛି ଗଣଶିକ୍ଷା ବିଭାଗ। ମାଟ୍ରିକରେ କେହି ଫେଲ ହେବେନି ତେଣୁ ରାଜ୍ୟ ସରକାର ଆଣିଲେ ‘ଜିରୋ ଫେଲ ମିଶନ’ମାଟ୍ରିକ୍ ପରୀକ୍ଷାରେ ଶତ ପ୍ରତିଶତ ଫଳାଫଳ ଉପରେ ଫୋକସ୍ କରୁଛି ଗଣଶିକ୍ଷା ବିଭାଗ। ସ୍କୁଲର ୫ ପ୍ରତିଶତ ପିଲା ଯେପରି ଏ-୧ ଗ୍ରେଡ୍ ରେ ପାସ୍ କରିବେ ସେଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଥିବା ‘ସୁନିଶ୍ଚିତ’ କାର୍ଯ୍ୟକ୍ରମକୁ ସମସ୍ତ ଜିଲ୍ଲାରେ ଲାଗୁ କରିବାକୁ ଓପେସା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି। ମାଟ୍ରିକ୍ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ପରୀକ୍ଷା ସମୟରେ ଛାତ୍ରଛାତ୍ରୀ କିଭଳି ଉପାୟ ଅବଲମ୍ବନ କରିବେ ସେନେଇ କୁହାଯାଇଛି। ସରକାରଙ୍କ ଏହି ପଦକ୍ଷେପକୁ ଶିକ୍ଷାବିତମାନେ ସ୍ୱାଗତ କରିଛନ୍ତି।

ଗଣଶିକ୍ଷା ବିଭାଗର ‘ଜିରୋ ଏଫ୍ ମିଶନ’-

  • ଛାତ୍ରଛାତ୍ରୀମାନେ ଦିନକୁ ୧୦ରୁ ୧୪ ଘଣ୍ଟା ପଢିବା ସହ ୬ରୁ ୭ ଘଣ୍ଟା ଶୋଇବେ
  • ବାକି ସମୟ ଅଲଗା କାମରେ ଲଗାଇବାକୁ ପରାମର୍ଶ
  • ରାତି ୧୦ଟାରୁ ଭୋର ୪ଟା କିମ୍ବା ରାତି ୧୧ଟାରୁ ଭୋର ୫ଟା ଯାଏଁ ଶୋଇବେ
  • ଉଠିବା ପରେ ଯୋଗ ବ୍ୟାୟାମ କରିବା ଦ୍ୱାରା ଏକାଗ୍ରତା ବଢିଥାଏ
  • ପରୀକ୍ଷା ସମୟରେ ବାହାର ତେଲଯୁକ୍ତ ଖାଦ୍ୟ ଖାଇବେ ନାହିଁ
  • ସନ୍ତୁଳିତ ଓ ସୁଷମ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ
  • ଦିନକୁ ୬ରୁ ୮ ଗ୍ଲାସ ଉଷୁମ ପାଣି ପିଇବା ଉଚିତ। ଏହା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଯିବ
  • ଦିନକୁ ୫ଟି ଅଧିବେଶନରେ ବିଭକ୍ତ କରି ପାଠ ପଢନ୍ତୁ
  • ଶୋଇବା ପୂର୍ବରୁ ଗରମ କ୍ଷୀର କିମ୍ବା ନଖ ଉଷୁମ ଲେମ୍ବୁ ପାଣି ପିଅନ୍ତୁ। ଏହା ଦ୍ୱାରା ଭଲ ନିଦ ହେଇଥାଏ, ପରଦିନ ମନ ଫୂର୍ତ୍ତି ରହିଥାଏ

ଏଭଳି କାର୍ଯ୍ୟକ୍ରମ ଦ୍ୱାରା ପିଲାମନେ ଭଲ କରିବେ ବୋଲି କୁହାଯାଇଛି। ଯଦି ବ୍ଲକର କୌଣସି ବିଦ୍ୟାଳୟ ଶତ ପ୍ରତିଶତ ରେଜଲ୍ଟ ନକରନ୍ତି, ସେଥିପାଇଁ ବିଇଓ, ଏବିଇଓ, ପ୍ରଧାନଶିକ୍ଷକ, ସିଆରସିସି, ବିଷୟ ଭିତ୍ତିକ ଶିକ୍ଷକ, ମେଣ୍ଟର ଶିକ୍ଷକ ଉତ୍ତରଦାୟୀ ରହିବେ। ମାଟ୍ରିକ୍ ପରୀକ୍ଷା ଦେବାକୁ ଥିବା ଛାତ୍ରୀଛାତ୍ରୀ ନିଜକୁ କିପରି ପ୍ରସ୍ତୁତ କରିବେ, ସେଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ, ସରକାରଙ୍କ ଏହି ପଦକ୍ଷେପ କେତେ କାର୍ଯ୍ୟକାରୀ ହେଉଛି ତାକୁ ଅନୁଧ୍ୟାନ କରାଯାଉ ବୋଲି ଦାବି କରିଛି ଅଭିଭାବକ ମହାସଂଘ।

Leave A Reply

Your email address will not be published.